ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ


ସମ୍ବଲପୁର, ୧୪ ଅକ୍ଟୋବର (ହି.ସ.)- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତପସ୍ୱୀନି ପ୍ରେକ୍ଷାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋଷଣ ଅଭିଯାନକୁ ସଫଳ କରିବାରେ ଅଙ୍ଗନୱାଡ଼ି କର୍ମୀ ମାନେ ସାମାଜିକ ପରିବର୍ତ୍ତନକାରୀ ହିସାବରେ କରୁଥିବା କାର୍ଯ୍ଯକୁ ଉଚ୍ଚପ୍ରଶଂସା କରିଥିଲେ ଓ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ କୁପୋଷଣକୁ ଦୂରେଇବା ଦିଗରେ ସମସ୍ତଙ୍କର ଭୂମିକା ରହିଛି ବୋଲି ମତ ରଖିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌର ନାରାୟଣ ପାଣି ଯୋଗଦେଇ ପୃଷ୍ଟିହୀନତା ଓ ସାମାଜିକ ସୁରକ୍ଷା ମଧ୍ୟରେ ଥିବା ଯୋଗାଯୋଗ ସମ୍ପର୍କରେ ମତ ରଖିଥିଲେ। ଡ. ପିସି ବିଶ୍ଵାଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହକାରୀ ଶିକ୍ଷା ଅଧିକାରୀ ଉଜାଗର ପ୍ରଧାନ ଯୋଗଦେଇ କିପରି ପୃଷ୍ଟିହୀନତା ଦୂର କରାଯାଇ ପାରିବ ସେ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ସମାଜମଙ୍ଗଳ ଅଧିକାରିଣୀ ଗୀତାଞ୍ଜଳି ମହାପାତ୍ର ଯୋଗଦେଇ କୁପୋଷଣକୁ କିପରି ଭାବରେ ଦୂର କରାଯାଇ ପାରିବ ସେ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ ଝୁନୁ ସ୍ୱାଇଁ କୁପୋଷଣ ଦୂର କରିବାରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ସମ୍ପର୍କରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ କିପରି ଭାବରେ ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ପ୍ରଦାନ କରାଯାଉଛି ମତ ରଖିଥିଲେ। ଏହି ଅବସରରେ ପୋଷଣ ମାସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ରଚନା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, କିଶୋରୀ, ବାଳିକା, ସୁପରଭାଇଜର ଓ ସିଡିପିଓ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅଙ୍ଗନୱାଡ଼ି କର୍ମୀ ଓ କିଶୋରୀ ବାଳିକା ମାନେ ପୋଷଣ ଉପରେ ନୃତ୍ୟ ପରିବେଷଣ କରିଥିଲେ।

ସୁନୀତା ତ୍ରିପାଠୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଅଭିଳାଶ ରଥ ଆୟୋଜନ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜୟନ୍ତୀ ଗର୍ତିଆ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande