ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ
ମାଲକାନଗିରି, ୧୪ ଅକ୍ଟୋବର (ହି.ସ.)- ସ୍ଥାନୀୟ ଜ଼ିଲ୍ଲା ପରିଷଦ ସଭା କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ଦୋଳମଣି ପ୍ରଧାନ, ଜ
ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ


ମାଲକାନଗିରି, ୧୪ ଅକ୍ଟୋବର (ହି.ସ.)- ସ୍ଥାନୀୟ ଜ଼ିଲ୍ଲା ପରିଷଦ ସଭା କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ଦୋଳମଣି ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚାସୀନ ଥିଲେ। ଜିଲ୍ଲାରେ ଯେପରି କୌଣସି ମା କିମ୍ବା ଶିଶୁ କୁପୋଷଣର ଶିକାର ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଆମ ଶରୀର ପାଇଁ ସଠିକ୍‍ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ପୋଷଣଯୁକ୍ତ ଖାଦ୍ୟ ନଖାଇଲେ ପୃଷ୍ଟିସାର ଅଭାବଜନିତ ରୋଗ ସୃଷ୍ଟି ହୋଇଥାଏ । ସାଧାରଣତଃ ପୁଷ୍ଟିସାର ଖାଦ୍ୟ ଅଭାବରୁ ନବଜାତ ଶିଶୁର ଠିକ୍‍ ଭାବେ ଶରୀର ଗଠନ ହୋଇପାରେ ନାହିଁ ଏବଂ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ । ଶିଶୁକୁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ଆବଶ୍ୟକ । ସେହିପରି ପ୍ରସୂତୀ ମା’ ମାନେ ସନ୍ତୁଳିତ ପୋଷଣଯୁକ୍ତ ଖାଦ୍ୟ ଖାଇବା ଦରକାର । ଗର୍ଭବତୀ, ପ୍ରସୂତୀ ଓ ଶିଶୁ ଉପଯୁକ୍ତ ପୋଷଣ ଅଭାବରୁ ବିଭିନ୍ନ ରୋଗର ଶିକାର ହେଉଥିବାରୁ ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଜରୁରୀ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଧିକାରୀ ଇନ୍ଦିରା ପ୍ରଧାନ ସଂଯୋଜନା କରି ପୋଷଣ ମାସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କେଉଁ ଖାଦ୍ୟରେ ପୋଷଣଯୁକ୍ତ ତତ୍ୱ ରହିଛି ସେ ସଂପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ପିଠା ସହିତ ବିଭିନ୍ନ ପ୍ରକାର ଡାଲି ଓ ଶଷ୍ୟଜାତୀୟ ଖାଦ୍ୟ ପରିବେଷଣ କରାଯିବା ସହ ମା’ ମାନଙ୍କୁ ସଚେତନ କରାଯାଇଥିଲା । ସିଡ଼ିପିଓ, ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ।

ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande