ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ପ୍ରଥମ ସ୍ଥାନ ଅଧିକାର କଲେ ଓଏଭି ଝରଣୀର ରୁଦ୍ରାଂଶ ମିଶ୍ର
ବଲାଙ୍ଗୀର, ୧୪ ଅକ୍ଟୋବର(ହି.ସ.) – ସ୍ଥାନୀୟ ପିପି ଏକାଡେମୀ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ତତ
ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ପ୍ରଥମ ସ୍ଥାନ ଅଧିକାର କଲେ ଓଏଭି ଝରଣୀ ର ରୁଦ୍ରାଂଶ ମିଶ୍ର


ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ପ୍ରଥମ ସ୍ଥାନ ଅଧିକାର କଲେ ଓଏଭି ଝରଣୀ ର ରୁଦ୍ରାଂଶ ମିଶ୍ର


ବଲାଙ୍ଗୀର, ୧୪ ଅକ୍ଟୋବର(ହି.ସ.) – ସ୍ଥାନୀୟ ପିପି ଏକାଡେମୀ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଜ୍ଞାନ ଆଲୋଚନାଚକ୍ରର ଶୀର୍ଷକ କ୍ୱାଂଟମ ଯୁଗର ଆରମ୍ଭ, ସମ୍ଭାବନା ଓ ଆହ୍ୱାନରେ ୧୪ଗୋଟି ବ୍ଲକରେ ପୂର୍ବରୁ ଆୟୋଜିତ ହୋଇଥିବା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ତୁରକେଲା ବ୍ଲକ ଝରଣୀ ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ରୁଦ୍ରାଂଶ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଓଏଭି ପଥରଚେପାର ନବମ ଶ୍ରେଣୀ ଛାତ୍ର ଦୁର୍ଲଭ ପୁହାଣ ଦ୍ୱିତୀୟ ସ୍ଥାନ ଓ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରଶ୍ମିତା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କମ୍ପୁଟର ବିଜ୍ଞାନ ବିଭାଗର ବିଭଗୀୟ ମୁଖ୍ୟ ଦେବବ୍ରତ ଦଣ୍ଡସେନା ଓ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଜିତେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ନିଜ ବକ୍ତବ୍ୟରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ବିଜ୍ଞାନ ର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ପ୍ରବୀର ପଣ୍ଡା, ସଦର ବ୍ଲକ ବିଇଓ ନୀଳମଣି ପଟେଲ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ସରୋଜ ନାୟକ କରିଥିବା ବେଳେ ଦ୍ୱିତୀରଞ୍ଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande