ଜୟପୁର, ୧୪ ଅକ୍ଟୋବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ସେଟଲାଇଟ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁଞ୍ଜିଗୁଡା ଗ୍ରାମର ଦିବାକର ବିଷୋଇ (୩୮) ବାରିଣିପୁଟ ସମର ଖିଲ (୫୫) । ସିଉଣିଗୁଡା ଗ୍ରାମର କୈଳାଶ ଚାଲାଣ ଓ ଖଗପତି ଭୁମିଆ । ଏକ ବାଇକରେ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ସେଟ ଲାଇଟ ଅବକାରି ୟୁନିଟ ଆଜି ସିଉଣିଗୁଡା ଗ୍ରାମରେ ରାସ୍ତାରେ ଚଢାଉ କରିଥିଲା । ଚଢାଉ କରି ୨ ଅଭିଯୁକ୍ତକୁ ଗିରଫ କରି ବାଇକ ସହ ୯୦ ଲିଟର ଦେଶି ମଦ ଜବତ କରିଛି । ଗିରଫ ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସେହିପରି ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଗୁଞ୍ଜିଗୁଡା ଓ ବାରିଣିପୁଟରେ ଚଢାଉ କରି ୨୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ୨ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରି ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି