ହର ଗୌରୀ ଯାତ୍ରାରେ ବୁଢୀମା ମନ୍ଦିରରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତଙ୍କ ପ୍ରବଳ ଭିଡ଼
ସୁବର୍ଣ୍ଣପୁର, ୧୪ ଅକ୍ଟୋବର(ହି.ସ.) – ସୋନପୁରର ପ୍ରସିଦ୍ଧ ହରଗୌରୀ ପୂଜାରେ ପ୍ରତ୍ୟହ ରୀତି ନୀତି ଅନୁସାରେ ମା ବୁଢୀମା ଓ ଶ୍ରୀ ହରଗୌରୀଙ୍କ ପୂଜା ବିଧି ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ସନ୍ଧ୍ୟାରେ ହଜାର ହଜାର ଭକ୍ତ ବିଶେଷ କରି ମହିଳାମାନଙ୍କ ଭିଡ଼ ଲାଗି ରହୁଛି ହରଗୌରୀ ଓ ବୁଢ଼ିମାଙ୍କ ଦର୍ଶନ ସହ
ହର ଗୌରୀ ଯାତ୍ରା ରେ ବୁଢୀମା ମନ୍ଦିର ରେ ଓ ସାଂସ୍କୃତିକ କାର୍ଯ୍ଯକ୍ରମ ରେ ଭକ୍ତ ଙ୍କ ପ୍ରବଳ ଭିଡ଼


ହର ଗୌରୀ ଯାତ୍ରା ରେ ବୁଢୀମା ମନ୍ଦିର ରେ ଓ ସାଂସ୍କୃତିକ କାର୍ଯ୍ଯକ୍ରମ ରେ ଭକ୍ତ ଙ୍କ ପ୍ରବଳ ଭିଡ଼


ସୁବର୍ଣ୍ଣପୁର, ୧୪ ଅକ୍ଟୋବର(ହି.ସ.) – ସୋନପୁରର ପ୍ରସିଦ୍ଧ ହରଗୌରୀ ପୂଜାରେ ପ୍ରତ୍ୟହ ରୀତି ନୀତି ଅନୁସାରେ ମା ବୁଢୀମା ଓ ଶ୍ରୀ ହରଗୌରୀଙ୍କ ପୂଜା ବିଧି ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ସନ୍ଧ୍ୟାରେ ହଜାର ହଜାର ଭକ୍ତ ବିଶେଷ କରି ମହିଳାମାନଙ୍କ ଭିଡ଼ ଲାଗି ରହୁଛି ହରଗୌରୀ ଓ ବୁଢ଼ିମାଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ମା ବୁଢୀମା ସାଂସ୍କୃତିକ କଳା ମଣ୍ଡପ ଠାରେ ଅନୁଷ୍ଟିତ ସ୍ଥାନୀୟ ଓ ଦୂର ଦୁରାନ୍ତର ମେଲୋଡି କଳାକାରଙ୍କ ଦ୍ୱାରା ରେକର୍ଡ଼ ଡ୍ୟାନ୍ସ, ଭଜନ ସନ୍ଧ୍ୟା, ପାରାୟଣ ଓ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଗୀତ ନାଚକୁ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଉପଭୋଗ କରୁଛନ୍ତି କ୍ଷ ଯାତ୍ରାରେ ଦର୍ଶକ ଅନେକ ମନ ଛୁଆଁ ଜୀବନ୍ତ ମେଢ଼ ଦେଖି, ଯାତ୍ରାର ଆକର୍ଷଣୀୟ ସାଜ ସଜ୍ଜା ଓ ଗୀତ ନାଚ ଦେଖି ଖୁବ ମଜା ନେଉଥିବା ଜଣାପଡ଼ିଛି। ଆଜି ହରି ଓଁ ମେଲୋଡି ସ୍ଥାନୀୟ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ଗୀତ ନାଚ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସ୍‌ପି ଶ୍ରୀ ନାରାୟଣ ନାଏକ, ଉପ ଜିଲ୍ଲାପାଳ ସୌମ୍ୟ ରୂପା ରଥ, ସାଂସଦ ପ୍ରତିନିଧି ସାନନ୍ଦ ମେହେର, ବିଶିଷ୍ଟ ବ୍ୟବସାୟୀ ଆଶିଷ କୁମାର ସାହୁ, ଶ୍ରୀବତ୍ସ ମଲ୍ଲିକ, ଶ୍ରୀରାମ ଫାଇନାନ୍ସ ଜୟନ୍ତ ସୁନା, ପୋଲିସ୍ କବେଷ୍ଟବଲ ସଂଘ ସଭାପତି ଦିନେଶ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ। ଆସନ୍ତାକାଲି ଏଇ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଯୋଗ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande