ଖୋର୍ଦ୍ଧା, ୧୪ ଅକ୍ଟୋବର(ହି.ସ.) – ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ, ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଖୋର୍ଦ୍ଧା ଆନୁକୁଲ୍ୟରେ ମଙ୍ଗଳବାର ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୦ ଟି ବ୍ଲକରୁ ମୋଟ ୨୮୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉକ୍ତ ଉତ୍ସବକୁ ପ୍ରଥମାର୍ଦ୍ଧରେ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଉଦଘାଟନ କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଂଯୋଜିକା ସୁନୀତା ପଟ୍ଟନାୟକ ଓବିଜେବି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଉପସ୍ଥିତ ଥିଲେ। ତେବେ ୧୨ ଟି ବିଭାଗରେ କଳା ଉତ୍ସବରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା କରଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀଣି ସୋନମିକା ରାୟ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ସୋଲ ସଙ୍ଗରେ ପ୍ରଥମ ଆହନ ସ୍ୱାଇଁ, ଭୋକଲ ମ୍ୟୁଜିକ ଗ୍ରୁପରେ ପ୍ରଥମ ଡିଏଭି ଚନ୍ଦ୍ର ଶେଖରପୁର, ସଙ୍ଗୀତରେ ପ୍ରଥମ ଜୟ ଅଗ୍ରୱାଲ, ମେଲୋଡିରେ ପ୍ରଥମ ପ୍ରଜ୍ୱଲ ସୂତାର, ପାରମ୍ପରିକ ଦଳଗତ ସଙ୍ଗୀତରେ ପ୍ରଥମ ବିକାଶ ଆବାସିକ ବିଦ୍ୟାଳୟ, ଭୁବନେଶ୍ୱର, ସୋଲୋ ନାଚରେ ଖିରବ୍ଧୀ ତନୟା ରାଉତ, ଦଳଗତ ନୃତ୍ୟରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ପ୍ରଥମ, ଦଳଗତ ନାଟକରେ ପ୍ରଥମ ବିଜେବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ଟୁଡି ଆର୍ଟରେ ଟିକି ରାଣୀ ଦାସ, ଥାର୍ଡ ଆର୍ଟରେ ନିରଞ୍ଜନ ବାରିକ୍, ଭିଜୁଆଲ ଆର୍ଟରେ ଗ୍ରୁପ ଥାର୍ଡ ଆର୍ଟରେ ଲିପ୍ସା ଶ୍ରୀଚନ୍ଦନ ଓ ସ୍ନେହାସିଶ ସାହୁ, ଗଳ୍ପ କଥନରେ ଅଭିଷେକ ମିଶ୍ର ଓ ଶିଶିର ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ୧୭ତାରିଖରେ ହେବାକୁ ଥିବା ଜୋନାଲ ସ୍ତରୀୟ କଳା ଉତ୍ସ୍ୱ ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସୂଚନା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେବି ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ, ପ୍ରଧାନ ଶିକ୍ଷକ ଅଗାଧୁ ସେଠି, ସି ଆର ସି ସି ରେବତୀ ପଣ୍ଡା, ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସଂଜୋଜିକା ସୁନୀତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ