ମାଲକାନଗିରି, ୧୪ ଅକ୍ଟୋବର (ହି.ସ.) - ମାଲକାନଗିରିର ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଢିଗୁଡ଼ା ରେ ବେଆଇନ ବାଲି ଘାଟରେ ବାଲି ମାଫିଆଙ୍କ ଦ୍ୱାରା ଦୁଇଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ସାମ୍ବାଦିକ ଶିବ ପ୍ରସାଦ ପରିଚ୍ଛା ଏବଂ ବିଷ୍ଣୁପ୍ରସାଦ ବାକା ଉଭୟ ସାମ୍ବାଦିକଙ୍କୁ ମାର ଣାସ୍ତ୍ର ଧରି ଗୋଡାଇଥିବା ମାଥିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବେଆଇନ ବାଲିଘାଟ କରି ବେଧଡକ ଚୋରାଚାଲାଣ ଖବର ପାଇଁ ୨ ସାମ୍ବାଦିକ ଭିଡିଓ ଉତୋଳନ ପାଇଁ ଯାଇଥିଲେ। ଏତିକିବେଳେ ଅତର୍କୀତ ହୋଇ କିଛି ଯୁବକ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ, ଏବଂ ଉଭୟଙ୍କୁ ସେଠାରୁ ଗୋଡାଇଥିଲେ। ପ୍ରାଣ ବିକଳରେ ମାଢିଗୁଡା ଗାଁର ଏକ ଘରେ ଛପି ରହି ପୋଲିସକୁ ଖବର ଦେଇଥିଲେ ୨ ସାମ୍ବାଦିକ। ସଙ୍ଗେ ସଙ୍ଗେ ମାଥିଲି ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ମାଥିଲି ଥାନାକୁ ଆଣିଥିଲା। ତେବେ ସାଧାରଣ ଭାବେ ଦିନ ଦି ପ୍ର ହରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସୁରକ୍ଷା ବ୍ୟବସ୍ଥା ଉପରେ ସାମ୍ବାଦିକମାନେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅଞ୍ଚଳରେ ଜଣେ ଯୁବ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର , ସଦସ୍ୟ ମାଣିକ ବାଛାଡଙ୍କ ସମେତ ମାଥିଲି ଅଂଚଳରେ କାର?୍ୟ୍ୟରତ ସାମ୍ବାଦିକ ବସନ୍ତ ସଗରିଆ, ଶରତ ଚନ୍ଦ୍ର ମହାରଣା, ଲଳିତ କୁମାର ବେହେରା, ରାଜୀବ ବେହେରା, ଶ୍ୟାମ ନାୟକ, ଅଜିତ ସଗରିଆ, ସୁବାସ ଖୁଡୁପିଆଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଏହି ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲା ଆରକ୍ଷି ଅଧିକ୍ଷକଙ୍କୁ ମାଥିଲି ଥାନା ଆଇଆଇସିଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏପଟେ ମାଥିଲିର ୩ ଜଣ ସାମ୍ବାଦିକଙ୍କ ନାଁରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ମାଥିଲି ଅଂଚଳର ଜେସିବି ମାଲିକ ରାମ ଅନୁଗୁଳିଆ। ଆବାସ ଘର ପାଇଁ ନିକଟସ୍ଥ ନଦୀରୁ ବାଲି ଉତୋଳନ କରି ନେଉଥିବା ସେ ସ୍ୱୀକାର କରିଛନ୍ତି। ତେବେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ସେ ଜାଣିନଥିବା କହିଛନ୍ତି। ଅନ୍ୟପଟେ ମାଥିଲି ଅଂଚଳରେ ବାଲିଘାଟ ସରକାରୀ କିଛି ରହିଥିବାବେଳେ ବେଆଇନ ଭାବେ ବାଲିଘାଟ କରି ମାଫିଆ ମାଲେମାଲ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସଲା ସୁତରା ହୋଇ ଏପରି ଦଲାଲମାନଙ୍କୁ ପ୍ରସୟ ଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ