ଲାଇଫଲାଇନ ସମବାୟ ସମିତି ପୂର୍ବତନ ସମ୍ପାଦକଙ୍କ ନାମରେ ଅଭିଯୋଗ
ଜୟପୁର, ୧୪ ଅକ୍ଟୋବର (ହି.ସ.) - ଲାଇଫଲାଇନ ସମବାୟ ସମିତି ଜୟପୁରର ପୂର୍ବତନ ସଂପାଦକ ବିଜୟ କୁମାର ତ୍ରିପାଠୀଙ୍କ ନାମରେ ସଂପାଦକ ବଳରାମ ପାଣିଗ୍ରାହୀ ଟାଉନଥାନାରେ ଅଭିଯୋଗ କରିଛନ୍ତି। ପୂର୍ବତନ ସଂପାଦକ ଶ୍ରୀ ତ୍ରିପାଠି ଛୋଟ ଛୋଟ ଜମାକାରୀଙ୍କ ଜମା ଟଙ୍କା ଆତ୍ମସାତ କରିଥିବା ନେଇ ପୂର୍ବରୁ ମଧ୍ୟ ଥାନାର
ଲାଇଫଲାଇନ ସମବାୟ ସମିତି ପୂର୍ବତନ ସ˚ପାଦକଙ୍କ ନାମରେ ଅଭିଯୋଗ


ଜୟପୁର, ୧୪ ଅକ୍ଟୋବର (ହି.ସ.) - ଲାଇଫଲାଇନ ସମବାୟ ସମିତି ଜୟପୁରର ପୂର୍ବତନ ସଂପାଦକ ବିଜୟ କୁମାର ତ୍ରିପାଠୀଙ୍କ ନାମରେ ସଂପାଦକ ବଳରାମ ପାଣିଗ୍ରାହୀ ଟାଉନଥାନାରେ ଅଭିଯୋଗ କରିଛନ୍ତି। ପୂର୍ବତନ ସଂପାଦକ ଶ୍ରୀ ତ୍ରିପାଠି ଛୋଟ ଛୋଟ ଜମାକାରୀଙ୍କ ଜମା ଟଙ୍କା ଆତ୍ମସାତ କରିଥିବା ନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଧରାପଡିଯିବା ଭୟରେ ଶ୍ରୀ ତ୍ରିପାଠି ସମିତିର ରେକର୍ଡ ପତ୍ର ଗୁଡିକ ପରିଚାଳନା କମିଟିର ଅଜାଣତରେ ଲୁଚାଇ ରଖିଛନ୍ତି। ପୁରୁଣା ରେକର୍ଡ ନମିଳିବା ଯୋଗୁଁ ଜମାକାରୀଙ୍କୁ ଟଙ୍କା ଦିଆଯାଇପାରୁନାହିଁ କି ସମିତିର ଅଡିଟ ମଧ୍ୟ ହୋଇପାରୁନାହିଁ। ସମିତି ପକ୍ଷରୁ ବାରମ୍ବାର ରେକର୍ଡ ପତ୍ର ହସ୍ତାନ୍ତର କରିବାକୁ ଚିଠି ଦେଲେ ମଧ୍ୟ ଚିଠି ଗ୍ରହଣ କରୁନାହାନ୍ତି। ଏନେଇ ସମିତି ପକ୍ଷରୁ ଏକ ବୈଠକ ଡକାଯାଇ ତ୍ରିପାଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଥିଲା। ପରେ ଥାନାରେ ଏତଲା ଦେବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା। ଥାନାରେ ଗତ ୧୭ ଜୁନ ୨୦୨୩ ମସିହାରୁ ପୂର୍ବତନ ସଂପାଦକ ବିଜୟ କୁମାର ତ୍ରିପାଠୀଙ୍କ ବିରୁଦ୍ଧରେ ଏତଲା ଦେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଆଜି ପୁଣି ଥରେ ତାଙ୍କ ନାମରେ ଏତଲା ଦେବାକୁ ବାଧ୍ୟ ହେଉଛି। କାରଣ ସପ୍ସପାଦକ ଦାୟୀତ୍ୱ ନେବା ଦିନ ଠାରୁ ପ୍ରତିଦିନ ସମିତିର ଜମାକରୀ ମାନେ ଟଙ୍କା ମାଗିବାକୁ ଆସୁଛନ୍ତି ବୋଲି ବର୍ତମାନର ସଂପାଦକ ବଳରାମ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଏଣୁ ଟାଉନଥାନା ଅଧିକାରୀ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜମାକାରୀଙ୍କ ଟଙ୍କା ଫେରସ୍ତ ହୋଇପାରିବ ବୋଲି ଏତଲାରେ ସଂପାଦକ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande