ବେଙ୍ଗାଲୁରୁ, ୧୪ ଅକ୍ଟୋବର
(ହି.ସ.)- ଲୋକାୟୁକ୍ତ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକ ରାଜ୍ୟରେ ୧୨ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢାଉ କରିଛନ୍ତି, ଯେଉଁମାନେ ଆୟ
ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗରେ ଅଛନ୍ତି। ଏହି ଚଢାଉ ବେଙ୍ଗାଲୁରୁ, ହାସନ, କଳାବୁରାଗି, ଚିତ୍ରଦୁର୍ଗ, ଉଡୁପି, ଦାଭାଙ୍ଗେରେ, ହାଭେରୀ ଏବଂ
ବାଗଲକୋଟ ଜିଲ୍ଲାରେ ଏକକାଳୀନ ଚଢାଉ କରାଯାଇଥିଲା।ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଲୋକାୟୁକ୍ତ
କାର୍ଯ୍ୟାଳୟର ଅଧିକାରୀମାନେ ବେଙ୍ଗାଲୁରୁର ମଞ୍ଜୁନାଥ ଜୀ ଚିକିତ୍ସା ଅଧିକାରୀ ମଲ୍ଲସାନ୍ଦ୍ର
ହେରିଜ୍ ହସ୍ପିଟାଲ, ବି ସୁମଙ୍ଗଳ ନିର୍ଦ୍ଦେଶକ କର୍ଣ୍ଣାଟକ ଉଚ୍ଚଶିକ୍ଷା ବୋର୍ଡ ଏନ.କେ. ଗଙ୍ଗାମାରୀ ଗୌଡା ସର୍ବେକ୍ଷକ ବିଶେଷ ଭୁମି ଅଧିଗ୍ରହଣ ଅଧିକାରୀ ବିଏମଆରସୀଏଲ ,ଜ୍ୟୋତି
ମେରୀ ପ୍ରଥମ ଶ୍ରେଣୀ ସହାୟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ହାସନ ହାସନର
କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଧୁଲ୍ଲପ୍ପା,ଚିତ୍ରଦୁର୍ଗ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକୁମାର; ଉଡୁପି ଆଞ୍ଚଳିକ
ପରିବହନ ବିଭାଗ ଅଧିକାରୀ ଲକ୍ଷ୍ମୀନାରାୟଣ ପି. ନାୟକ,ଜଗଦୀଶ ନାୟକ ସହାୟକ ,କାର୍ଯ୍ୟକାରୀ ଅଭିୟନ୍ତା କର୍ଣ୍ଣାଟକ
ଗ୍ରାମୀଣ ଭିତ୍ତିଭୂମି ବିକାଶ ନିୟମିତ ଦାବଣଗେରେ ,ବିଏସ ଧାନ୍ଦ୍ରି ମନୀ ଜୁନିୟର
ଇଞ୍ଜିନିୟର ଦାବଣଗେରେ ହାବେରୀ ଜିଲ୍ଲାର ରାନେବେନ୍ନୁର ତାଲୁକ ପଞ୍ଚାୟତର ପ୍ରଭାରୀ
କାର୍ଯ୍ୟକାରୀ ଅଧିକାରୀ ଅଶୋକ ହାବେରୀ ଜିଲ୍ଲାର ସାବନୁର ତାଲୁକ ପଞ୍ଚାୟତର ପ୍ରଭାରୀ
କାର୍ଯ୍ୟକାରୀ ଅଧିକାରୀ ବସବେଶଏବଂ ବାଗଲକୋଟ ଅଲମଟ୍ଟି ରାଇଟ ବ୍ୟାଙ୍କ କୂଳ ଜୁନିୟର ଇଞ୍ଜିନିୟର ଚେତନଙ୍କ ଠିକଣାରେ ଏହି
କାର୍ଯ୍ୟାନୁଷ୍ଠାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା