ଏମସିଏମସି ଅନୁମୋଦନ ବିନା ସୋସିଆଲ ମିଡିଆ କିମ୍ବା ଇଂଟରନେଟରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶିତ ହେବ ନାହିଁ : ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ରଚାର ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- ବିହାର ବିଧାନସଭା ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ଉପନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ରଚାର ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସମସ୍ତ ରାଜନୈତିକ ବିଜ୍ଞାପନ ପାଇଁ ଏବେ ମିଡିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟି (ଏମ
ଏମସିଏମସି ଅନୁମୋଦନ ବିନା ସୋସିଆଲ ମିଡିଆ କିମ୍ବା ଇଂଟରନେଟରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶିତ ହେବ ନାହିଁ : ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ରଚାର ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ କମିଶନ


ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- ବିହାର ବିଧାନସଭା ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ଉପନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ରଚାର ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସମସ୍ତ ରାଜନୈତିକ ବିଜ୍ଞାପନ ପାଇଁ ଏବେ ମିଡିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟି (ଏମସିଏମସି) ରୁ ପୂର୍ବ ପ୍ରମାଣପତ୍ର ବାଧ୍ୟତାମୂଳକ, ପ୍ରାର୍ଥୀମାନେ ନାମାଙ୍କନ ସମୟରେ ସେମାନଙ୍କର ସୋସିଆଲ ମିଡିଆ ଆକାଉଂଟ ର ବିବରଣୀ ପ୍ରଦାନ କରିବେ ଏବଂ ରାଜନୈତିକ ଦଳଗୁଡ଼ିକ ନିର୍ବାଚନର ୭୫ ଦିନ ମଧ୍ୟରେ କମିଶନଙ୍କୁ ଡିଜିଟାଲ ପ୍ରଚାର ଖର୍ଚ୍ଚର ବିବରଣୀ ଦାଖଲ କରିବାକୁ ଅନିର୍ବାର୍ଯ୍ୟ କରାଯାଇଛି ।

କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏମସିଏମସି ର ଅନୁମୋଦନ ବିନା ସୋସିଆଲ ମିଡିଆ କିମ୍ବା ଇଂଟରନେଟରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶିତ ହେବ ନାହିଁ । ଏଥିପାଇଁ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମିଡିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟି (ଏମସିଏମସି) ଗଠନ କରାଯାଇଛି, ଯାହା ସୋସିଆଲ ମିଡିଆ ସମେତ ସମସ୍ତ ଇଲେକ୍ଟ୍ରୋନିକ୍ ମିଡିଆରେ ପ୍ରସାରିତ ବିଜ୍ଞାପନଗୁଡ଼ିକର ଯାଂଚ୍ କରିବ ଏବଂ ପେଡ୍ ନ୍ୟୁଜ୍ ର ସନ୍ଦେହଜନକ ମାମଲା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande