ନୂତନ ବ୍ଲକ ସଭାପତିଙ୍କୁ ସମ୍ବର୍ଦ୍ଧନା
ବାରିପଦା, ୧୪ ଅକ୍ଟୋବର(ହି.ସ.) – ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ବିଜେଡିର ନବ ନିର୍ବାଚିତ ସଭାପତି ଜଗନ୍ନାଥ ଦାଶଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଯାଇଛି। ଏନେଇ ଦେବଶୋଳ ସ୍ଥିତ ବାବା ବୁଧେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧା
BJD Block President


ବାରିପଦା, ୧୪ ଅକ୍ଟୋବର(ହି.ସ.) – ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ବିଜେଡିର ନବ ନିର୍ବାଚିତ ସଭାପତି ଜଗନ୍ନାଥ ଦାଶଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଯାଇଛି। ଏନେଇ ଦେବଶୋଳ ସ୍ଥିତ ବାବା ବୁଧେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରାଜକିଶୋର ଦାସ, ଜୋନ ନମ୍ବର ୪୮ ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ଡାକୁଆ, ରାସଗୋବିନ୍ଦପୁର ସରପଞ୍ଜ ସୁଧାଂଶୁ ନାୟକ, ତୁଟାପଡ଼ା ସରପଞ୍ଜ ଶମ୍ଭୁନାଥ ଦେହୁରୀ, ସାରୁମୁଳା ସରପଞ୍ଜ ମନୋରଞ୍ଜନ ସିଂ, ସାନ ମାଣିଦା ସମିତି ସଭ୍ୟ ଦୂଳରି ସରେନ୍‌, ବିଜେଡି ମହିଳା ସଭାପତି ଉଜ୍ଜାଇନି ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତିଲୋତମା ମହାନ୍ତ, ନାରୀନେତ୍ରୀ ମଧୁସ୍ମିତା ଚୋବେ, ବରିଷ୍ଠ କର୍ମକର୍ତା ନାରାୟଣ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ବିଜୁ ଜନତା ଦଳକୁ ତ୍ରୁଣମୂଳ ସ୍ତରରେ ସଙ୍ଗଠିତ କରି ସୃଦୃଢ଼ କରିବା ନେଇ ମତପ୍ରକାଶ କରିଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଦେଇଥିବା ମିଛ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଏନେଇ ପ୍ରତି ଲୋକଙ୍କୁ ସଚେତନ କରିବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ବସନ୍ତ ପାଲ, ମୃତ୍ୟୁଞ୍ଜୟ ସେନାପତି, କୁଆଁରୀୟ ମୁର୍ମୁ, ପ୍ରତାପ ପାତ୍ର, ରାମଚନ୍ଦ୍ର ଟୁଡୁ, ରବୀନ୍ଦ୍ର ନାଥ ବେହେରା, ଅଞ୍ଜନ ମହାନ୍ତି, ରାଜୀବ ଦାସ, ସ୍ୱାଗତ ଧର ମହାପାତ୍ର, ବିଶ୍ୱରଂଜନ ମହାନ୍ତ, ଝାଡ଼େଶ୍ୱର ଭଞ୍ଜ, ସପନ ଲେଙ୍କା, ଦିଲ୍ଲୀପ ରାମ ଆଦି ଉପସ୍ଥିତ ଥିଲେ। ଅଶୋକ କୁମାର ସାହୁ ମଂଚ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande