ଓଡ଼ିଶା ରାଜ୍ୟ ସହକାର ନୀତି ୨୦୨୫ ଶୀର୍ଷକ ଆଂଚଳିକ କର୍ମଶାଳା
ସମ୍ବଲପୁର, ୧୪ ଅକ୍ଟୋବର (ହି.ସ.) - ଆନ୍ତର୍ଜାତୀୟ ସହକାର ବର୍ଷ ୨୦୨୫ ଉପଲକ୍ଷେ ସମ୍ବଲପୁର ସହକାର ବିଭାଗ ଦ୍ୱାରା ଆସନ୍ତା ୧୬ ଅକ୍ଟୋବର ୨୦୨୫ ତାରିଖରେ ଓଡ଼ିଶା ରାଜ୍ୟ ସହକାର ନୀତି – ୨୦୨୫ ଶୀର୍ଷକ ଏକ ଆଂଚଳିକ କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ସମ୍ବଲପୁର ରିଭର ଇନ୍ ରିସୋର୍ଟରେ ପୂର୍ବାହ୍ନ
ଓଡ଼ିଶା ରାଜ୍ୟ ସହକାର ନୀତି ୨୦୨୫ ଶୀର୍ଷକ ଆଂଚଳିକ କର୍ମଶାଳା


ସମ୍ବଲପୁର, ୧୪ ଅକ୍ଟୋବର (ହି.ସ.) - ଆନ୍ତର୍ଜାତୀୟ ସହକାର ବର୍ଷ ୨୦୨୫ ଉପଲକ୍ଷେ ସମ୍ବଲପୁର ସହକାର ବିଭାଗ ଦ୍ୱାରା ଆସନ୍ତା ୧୬ ଅକ୍ଟୋବର ୨୦୨୫ ତାରିଖରେ ଓଡ଼ିଶା ରାଜ୍ୟ ସହକାର ନୀତି – ୨୦୨୫ ଶୀର୍ଷକ ଏକ ଆଂଚଳିକ କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ସମ୍ବଲପୁର ରିଭର ଇନ୍ ରିସୋର୍ଟରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ସହକାର କ୍ଷେତ୍ରର ସୁଶାସନ, ନୂତନ ନୀତିଗତ ଅଭିଗମ ଓ ସହକାରୀ ସଂସ୍ଥା ଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା ହେବ। ବିଭିନ୍ନ ସହକାର ସଂସ୍ଥାର ପ୍ରତିନିଧି, ସରକାରୀ ଅଧିକାରୀ ଓ ସମ୍ବନ୍ଧିତ ବିଶେଷଜ୍ଞମାନେ ଏହି କର୍ମଶାଳାରେ ଯୋଗ ଦେବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande