ଜୟପୁର, ୧୪ ଅକ୍ଟୋବର (ହି.ସ.)-ଜୟପୁର ବନଖଣ୍ଡ ବୋରିଗୁମ୍ମା ବନାଞ୍ଚଳ ଅଧିନସ୍ଥ ବିସିଂହପୁର ଛକ ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଜି ଭୋର ୫ଟା ବେଳେ ଘଟିଛି ଏଭଳି ଘଟଣା। ମୃତ ବୃଦ୍ଧା ଜଣକ ହେଲେ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମାନାତ୍ୟ। ସେ ଆଜି ଭୋର ସମୟରେ ଡଙ୍ଗରକୁ ଯାଉଥିବା ବେଳେ ବିସିଂହପୁର ଛକ ନିକଟରେ ଏକ ଭାଲୁ ହାବୁଡ଼ରେ ପଡିଗଲେ। ଭାଲୁଟି ମହିଳାଙ୍କୁ ଆକ୍ରମଣ କରି କାମୁଡି କାମୁଡି ଜୀବନ ନେଇଗଲା। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକ ଏବଂ ସମ୍ପର୍କୀୟ ମାନେ ଶବ ନିକଟରେ ଜଗି ବସିଛନ୍ତି। ବନ ବିଭାଗ ରରଫରୁ କିଛି କ୍ଷତିପୂରଣ ଯୋଗେଇଦେବା ପାଇଁ ଦାବି କରିଛନ୍ତି ସମ୍ପର୍କୀୟ । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି