ବାରିପଦା, ୧୪ ଅକ୍ଟୋବର(ହି.ସ.) – ମୟୁରଭଂଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ(ସଦ୍ଭାବନା)ଗୃହ ଠାରେ ଜିଲ୍ଲା ସ୍ତରୀୟ ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଅଧ୍ୟକ୍ଷତା କରିଥିଲେ ଓ ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ, ପୋଲିସ ଅଧିକାରୀ, ଶକ୍ତି ସଦନ, ପରିବାର ପରାମର୍ଶ କେନ୍ଦ୍ରର କର୍ମକର୍ତା କାର୍ଯକ୍ରମରେ ଯୋଗଦାନ କରିଥିଲେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମକର୍ତା ସତ୍ୟନାରାୟଣ ବେହେରା ପାରିବାରିକ ହିଂସା ସୁରକ୍ଷା ଆଇନ-୨୦୦୫ ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇ କହିଥିଲେ ଏବଂ ବାରିପଦା ଆଇନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସୁନୀଲ କୁମାର ଜେନା ଏହି ଆଇନର ସମସ୍ତ ଦିଗ ଓ ସମସ୍ତ ଅଧିକାରୀଙ୍କ ଦାୟୀତ୍ୱ, ପୀଡିତ ମାନେ କିପରି ନିଜର ଅଭିଯୋଗ ଦାଖଲ କରିପାରିବେ ସେ ସମ୍ବନ୍ଧରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇ କହିଥିଲେ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିହାରିକା ମହାନ୍ତିଙ୍କ ପ୍ରତକ୍ଷ ତତ୍ୱାବଧାନରେ ସୁରକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ଅଧିକାରୀ ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଜିଲ୍ଲା ମହିଳା ସଶକ୍ତିକରଣର କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆୟୋଜନ ଏବଂ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ