ଅକ୍ଟୋବର ୩୦ ରୁ ଜବଲପୁରରେ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ
ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଶତ ବାର୍ଷିକୀ ଅବସରରେ ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ମଧ୍ୟପ୍ରଦେଶର ଜବଲପୁରରେ ଅନୁଷ୍ଠିତ ହେବ । ଏହି ବୈଠକ ଦୀପାବଳି ପରେ, ଅକ୍ଟୋବର ୩୦-୩୧ ଏବଂ ନଭେମ୍ବର ୧ (ଯୁଗାବ୍ଦ ୫୧୨୭, ବିକ୍ରମୀ
ଅକ୍ଟୋବର ୩୦ ରୁ ଜବଲପୁରରେ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ


ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଶତ ବାର୍ଷିକୀ ଅବସରରେ ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ମଧ୍ୟପ୍ରଦେଶର ଜବଲପୁରରେ ଅନୁଷ୍ଠିତ ହେବ । ଏହି ବୈଠକ ଦୀପାବଳି ପରେ, ଅକ୍ଟୋବର ୩୦-୩୧ ଏବଂ ନଭେମ୍ବର ୧ (ଯୁଗାବ୍ଦ ୫୧୨୭, ବିକ୍ରମୀ ସମ୍ୱତ ୨୦୮୨, କାର୍ତିକ ଶୁକ୍ଳ ଅଷ୍ଟମୀ, ନବମୀ ଏବଂ ଦଶମୀ)ରେ ଅନୁଷ୍ଠିତ ହେବ । ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ, ଏହି ବୈଠକରେ ସରସଂଘଚାଳକ ଡକ୍ଟର ମୋହନ ଭାଗବତ, ସରକାର୍ଯ୍ୟବାହ ଦତାତ୍ରେୟ ହୋସାବଲେ, ସମସ୍ତ ସହ-ସରକାର୍ଯ୍ୟବାହ, ଅଖିଳ ଭାରତୀୟ କାର୍ଯ୍ୟ ବିଭାଗ ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଯୋଗଦେବେ । ସଂଘର ୪୬ ଟି ପ୍ରାନ୍ତ ର ପ୍ରାନ୍ତ ସଂଘଚାଳକ, କାର୍ଯ୍ୟବାହ ଏବଂ ପ୍ରଚାରକମାନେ ମଧ୍ୟ ଯୋଗଦେବେ । ସମ୍ପ୍ରତି ବିଜୟାଦଶମୀରେ, ନାଗପୁର ସମେତ ସାରା ଦେଶରେ ଆରଏସଏସର ଶତବାର୍ଷିକୀ ବର୍ଷ ଆରମ୍ଭ ହୋଇଥିଲା । ଏହି ବୈଠକରେ ନାଗପୁରରେ ସରସଂଘଚାଳକଙ୍କ ଅଭିଭାଷଣରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯିବ । ବୈଠକରେ ଶତବାର୍ଷିକୀ ବର୍ଷ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯିବ । ସମସ୍ତ ପ୍ରାନ୍ତ ସେମାନଙ୍କର ଯୋଜନା ଏବଂ ଏପର୍ଯ୍ୟନ୍ତର କାର୍ଯ୍ୟ ଉପସ୍ଥାପନ କରିବେ । ସାମ୍ପ୍ରତିକ ସାମାଜିକ ଏବଂ ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ । ସଂଘ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ସମୀକ୍ଷା କରିବ ଏବଂ ସଂଗଠନର ବିସ୍ତାର ପାଇଁ ଦିଗ ନିର୍ଣ୍ଣୟ କରିବ । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେବ ବିଜୟାଦଶମୀ ୨୦୨୬ ସୁଦ୍ଧା ଶତବାର୍ଷିକୀ ବର୍ଷର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande