ରେଙ୍ଗାଳି ବ୍ଲକ୍‌ରେ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ
ସମ୍ବଲପୁର, ୧୪ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର କଟାପାଲି ଠାରେ ଆଜି ଏକ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ରକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ସ୍ୱୟଂ ସହାୟତା ଗୋଷ୍ଠୀ ସଦସ୍ୟାମା
ରେଙ୍ଗାଳି ବ୍ଲକ୍‌ରେ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ


ରେଙ୍ଗାଳି ବ୍ଲକ୍‌ରେ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ


ରେଙ୍ଗାଳି ବ୍ଲକ୍‌ରେ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ


ସମ୍ବଲପୁର, ୧୪ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର କଟାପାଲି ଠାରେ ଆଜି ଏକ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ରକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ସ୍ୱୟଂ ସହାୟତା ଗୋଷ୍ଠୀ ସଦସ୍ୟାମାନଙ୍କୁ ବ୍ୟବସାୟିକ କୌଶଳ ଦ୍ୱାରା ସଶକ୍ତ କରିବା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମିଶନ ଶକ୍ତି ଓ ଜିଇଏମ୍ ଆଣ୍ଡ ଜୁଏଲାରୀ ସେକ୍ଟର ଷ୍ଟିଲର କାଉନସିଲ୍ ସହଯୋଗରେ ପରିଚାଳିତ ହେବ। ପ୍ରତ୍ୟେକ ବ୍ୟାଚରେ ଦୁଇଟି ପର୍ଯ୍ୟାୟରେ ୬୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେବେ। ଯାହା ତାଙ୍କର କୌଶଳ ବିକାଶ କରିବାରେ ସହଯୋଗୀ ହେବ। ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ଜୋର ଦେଇ ମହିଳା ସଶକ୍ତିକରଣ ଓ ଆର୍ôଥକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ପ୍ରକଳ୍ପର ଭୂମିକା ସମ୍ପର୍କରେ ପ୍ରାଞ୍ଜଳ ଭାବେ ସଚେତନ କରାଇଥିଲେ। ଏଥିସହ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣରେ ସକ୍ରିୟ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନର ମହିଳା ସଶକ୍ତିକରଣ, କୌଶଳ ବିକାଶକୁ ସଠିକ୍ ଭାବେ ପ୍ରୋତ୍ସାହନ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande