ସାମାଜିକ ଗଣମାଧ୍ୟମରେ ସାମାଜିକ କର୍ମୀଙ୍କ ନାମରେ ଅପପ୍ରଚାର ନେଇ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ହବିବନଗର ର ସମାଜସେବୀ ସେକ ହମିଦ ଙ୍କ ନାମରେ ସାମାଜିକ ଗଣମାଧ୍ୟମର ଅପପ୍ରଚାର କୁ ନେଇ ସାମ୍ବାଦିକ ସମ୍ମିଳନୀ ରେ ନିଜର ମତ ରଖିଛନ୍ତି। ସୁଚନା ଥାଉକି କିଛି ଦିନ ତଳେ ରାତ୍ର ସମୟରେ ଧାମନଗର ରୁ ଭାୟା ମଙ୍ଗଳପୁର ହୋଇ ଭଦ୍ରକ ଅଭିମୁଖେ ଏକ ସ୍କର୍ପିଓ
SAMAJIKA GANA MADHYAMARE APA PRACHAR PRESS MEET


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ହବିବନଗର ର ସମାଜସେବୀ ସେକ ହମିଦ ଙ୍କ ନାମରେ ସାମାଜିକ ଗଣମାଧ୍ୟମର ଅପପ୍ରଚାର କୁ ନେଇ ସାମ୍ବାଦିକ ସମ୍ମିଳନୀ ରେ ନିଜର ମତ ରଖିଛନ୍ତି। ସୁଚନା ଥାଉକି କିଛି ଦିନ ତଳେ ରାତ୍ର ସମୟରେ ଧାମନଗର ରୁ ଭାୟା ମଙ୍ଗଳପୁର ହୋଇ ଭଦ୍ରକ ଅଭିମୁଖେ ଏକ ସ୍କର୍ପିଓ ଗାଡ଼ିରେ ଗୋରୁ ବୁଝେଇ ହୋଇ ଯାଉଥିଲା। ଏନେଇ କିଛି ହିନ୍ଦୁ ବାଦି ପିଲା ଗାଡ଼ିଟି ର ପିଛା କରି ଭଦ୍ରକ ନିକଟରେ ଧରିଥିଲେ। ଏଥିରୁ ଚାଳକ ଜଣକ ଫେରାର ହୋଇ ଯାଇଥିଲେ।ପରେ ଏନେଇ ସୋସିଆଲ ମିଡିଆରେ ସେକ୍ ହମିଦ ଙ୍କ ସ୍କର୍ପିଓ ଗାଡିରେ ନିଜେ ଗୁରୁ ଚାଲାଣ କରୁଥିବା ସୋସିଆଲ ମିଡିଆରେ କିଛି ପୋଷ୍ଟ ହୋଈଥିଲା। ଯେଉଁଥିରେ ହମିଦ ଜାଣିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ହମିଦ ନିଜ ର ମତ ରଖିଛନ୍ତି।ସେ ଗାଡ଼ି ତାଙ୍କର ନୁହଁ କି ସେ ଗୋରୁ ବେପାର ରେ ସଂପୃକ୍ତ ନୁହଁନ୍ତି। ସେଦିନ ସେ ଟ୍ରେନ ଯୋଗେ କଲିକତା ଯାଇଥିଲେ। ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହେଇଥିବା ସହ ସମାଜ ସେବା କରୁଥିବାରୁ କିଛି ଲୋକେ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏନେଇ ହମିଦ ସୋସିଆଲ ମିଡିଆରେ ଦେଖିବା ପରେ ଧାମନଗର ଥାନାରେ ସେହି ବ୍ୟକ୍ତି ମାନଙ୍କ ନାମରେ ଲିଖିତ ଅଭିଯୋଗ କରିଛି। ତେବେ ସେ ଗାଡିଟି ଅନ୍ୟ ଜଣଙ୍କ ନାମରେ ରହିଛି। ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ ରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏ ଦିଗରେ ଧାମନଗର ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ତଦନ୍ତ କାରି ଅଫିସର ଲରେନ୍ସ କୁଜୁରୁ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande