ସମ୍ବଲପୁର, ୧୪ ଅକ୍ଟୋବର (ହି.ସ.) - ବିକଶିତ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କଳା ଉତ୍ସବ ସ୍ଥାନୀୟ ବୁଢାରଜା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି। ସମଗ୍ର ଶିକ୍ଷା ସମ୍ବଲପୁର ଦ୍ୱାରା ଆୟୋଜିତ ଏହି ଉତ୍ସବକୁ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମାଁ ସମ୍ୱଲେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ସମଗ୍ର ଶିକ୍ଷାର ସଂଯୋଜକ ଅରୁଣ କୁମାର ଦାଶ ଉତ୍ସବର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମିତା ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୧୨ ଟି ବିଭାଗ ସଙ୍ଗୀତ, ବାଦ୍ୟ ସଙ୍ଗୀତ, ନାଟକ, ନୃତ୍ୟ, ଚିତ୍ରକଳା, ହସ୍ତକଳା ତଥା ପାରମ୍ପାରିକ ଗଳ୍ପ, କଥନରେ ଏକକ ଓ ଗ୍ରୁପ ଆଧାରରେ ସମସ୍ତ ପ୍ରତିଯୋଗିତା ଆୟୋଜିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ନୃତ୍ୟ ବିଶାରଦ ରଞନ ସାହୁ, ସୁରେନ୍ଦ୍ର ବାଗ, ମିତା ପ୍ରଧାନ, ଦେବାଶିଷ ପ୍ରଧାନ, ମମତା ସାହୁ, ରତନ ପୂଜାହାରୀ, ଅଭିନନ୍ଦନ ତ୍ରିପାଠୀ, ସଞୟ ସାହୁ,ସତ୍ୟନାରାୟଣ ବେହେରା, ଶଙ୍କର ପ୍ରଧାନ ଓ ମାନସ ମିଶ୍ର ପ୍ରମୁଖ। ଉଦଯାପନୀ ଉତ୍ସବ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉଜାଗର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟଶିଳ୍ପୀ ଡଃ ଶ୍ୟାମସୁନ୍ଦର ଧର ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ୧୨ ଟି ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ମାନେଶ୍ୱର ମାନ୍ଧାତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟା ବିକାଶ କନସେପ୍ଟ ସ୍କୁଲ, ମାନେଶ୍ୱର ହାଇସ୍କୁଲ, ପୁରୁଣା ବଳାରଙ୍ଗା ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ବାମରା ତଥା ଏକକ ବିଭାଗରେ ଦିବ୍ୟା ରଣା, ରାଧେଶ୍ୟାମ ଜୟପୁରିଆ, ସାନୁ କାକ୍, ଇପସିତା ପ୍ରିୟଦର୍ଶିନୀ, ଶ୍ରେୟାଂଶୀ ପୁରୋହିତ, ପ୍ରିୟମ୍ ବେହେରା ଜୋନାଲ ସ୍ତରକୁ ଯୋଗ୍ୟ ବିବେଚିତ ହେଇଛନ୍ତି।
ଏହି ଉତ୍ସବରେ ଜିଲ୍ଲାର ୯ ବ୍ଳକର ବିଭିନ୍ନ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରୁ ମୋଟ୍ ୨୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସଭା ମଂଚକୁ ସଂଯୋଜନା କରିଥିଲେ ଅସୀମ ପ୍ରଧାନ ଓ ଦେବସ୍ମିତା ରାଉତ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉଜାଗର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ କରଣ ଶର୍ମା,ଲୋକିତା ଦାଶ, ସପ୍ତଶ୍ରୀ ମହାପାତ୍ର, , ସମଗ୍ର ଶିକ୍ଷାର ସଂଯୋଜକ ଅବିନାଶ ସାହୁ,ପ୍ରଧାନ ଶିକ୍ଷୟିତ୍ରୀ ଦୀପାଳୀ ଚୌଧୁରୀ ଶିକ୍ଷୟିତ୍ରୀ ମଧୁରିମା ପାଣିଗ୍ରାହୀ, ବନବାସ ପ୍ରଧାନ, ସନ୍ଦୀପ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି କଳା ଉତ୍ସବକୁ ସମଗ୍ର ଶିକ୍ଷା ସଂଯୋଜକ ଅରୁଣ କୁମାର ଦାଶ ଓ ବୁଢାରଜା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁମିତା ପତ୍ରୀ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ