ମାଲକାନଗିରି, ୧୪ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନା ୟକଗୁଡ଼ା ପଂଚାୟତ ଅନ୍ତର୍ଗତ ତଙ୍ଗଗୁଡ଼ା କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି ଆଜି ଅନୁଷ୍ଠିତ ହୋଇଯାଇଛି। ମାଥିଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସଙ୍କ ଆଦେଶ ଅନୁଯାୟୀ ପଂଚାୟତ ସିଆରସିସି କୀର୍ତି ରଂଜନ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଅଧ୍ୟକ୍ଷ ମହେଶ ବାକା ରିବନ କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ବାକାଙ୍କ ସହିତ ମାଥିଲି ବିଇଓ ସୁମିତ ବିଶ୍ୱାସ ଅତିଥି ଭାବରେ ଯୋଗଦେଇ ଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ଲକ୍ଷ୍ମୀ ୍ୱାକା ଜିଲ୍ଲା ପରିଷଦ ସଭ୍ୟ ହିରନ୍ୟ ମୁଦୁଲି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକଓ ବିଦ୍ୟାଳୟ ସଭାପତି ମଂଚାସିନ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଂଚାଳନ କରିଥିଲେ ।
ବିଦ୍ୟାଳୟ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରିବା ଓ ମନୋବୈଜ୍ଞାନିକ ସ୍ତରରେ ଛାତ୍ରୀ ଛାତ୍ର ଙ୍କୁ ବିଦ୍ୟାଳୟ ଅଭିମୁଖି କରି ନୂତନ ପଦ୍ଧତିକୁ ଆପଣେଇ ସେମାନଙ୍କୁ ବିଦ୍ୟାଳୟରେ ଧରିରଖିବା ସହିତ ଲୁକ୍କାୟିତ ପ୍ରତିଭାକୁ ଉଜ୍ଜବିତ କରିବା ସୁରଭିର ଲକ୍ଷ୍ୟ ବୋଲି ବି ଇ ଓ ଶ୍ରୀ ବିଶ୍ୱାସ କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଯଥା ବକ୍ତୃତା, ପ୍ରବନ୍ଧ, ରଚନା, ଚିତ୍ରାଙ୍କନ,ନୃତ୍ୟ, ଗଳ୍ପ କଥନ, ଗଣିତ ଦୌଡ଼ ଓ ,ତତ୍ ସହିତ ସାସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। କୃତି ଏଫ୍ ଏଲ୍ ଏନ ଶିକ୍ଷୟିତ୍ରୀ ମୋନାଲିସା ସ୍ୱାଇଁ, କିଚେନ୍ ଗାର୍ଡେନ ପାଇଁ ଖାଇରାପାଲି ବିଦ୍ୟାଳୟ ପୁରସ୍କୃତ ହୋଇଥିଲେ। ସିଆରସିସି କୀର୍ତି ରଂଜନ ପରିଡ଼ା କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲେ।ବିଦ୍ୟାଳୟ ପରିସରରେ ବ୍ୟାପକ ସାଜସଜ୍ଜା ସହିତ ଆକର୍ଷିତ କରିବା ଭଳି ତୋରଣ ସାଂଗକୁ ଝୋଟି, ଚିତା, କଳସ ସହ ବିଭିନ୍ନ ପ୍ରକାରର ଫୁଲରେ ବିମଣ୍ଡିତ କରାଯାଇଥିଲା। ଅନ୍ୟାନ୍ୟ ମଧ୍ୟରେ ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନିବେଦିତା ସିଂହ, ନରେନ୍ଦ୍ର ନିହାଲ, ଅଶୋକ କୁମାର ପଣ୍ଡା, ମୋନାଲିସା ସ୍ୱାଇଁ, ପୂର୍ବତନ ସିଆରସିସି ଧନୁର୍ଜୟ ଗଦବା, ଏସ ବିଶ୍ୱନାଥ ରେଡ୍ଡୀ ଲକ୍ଷ୍ମଣ ବାକା ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ