ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୧୪ ଅକ୍ଟୋବର (ହି.ସ.)-ଜୟପୁର ବ୍ଲକ ସ୍ଥିତ ସରକାରୀ ୟୁପିଏସ କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ସ୍ଥାନୀୟ ଜୟନଗର ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟର ସିଆରସିସି ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ବାଇଁଙ୍କ ତତ
ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୧୪ ଅକ୍ଟୋବର (ହି.ସ.)-ଜୟପୁର ବ୍ଲକ ସ୍ଥିତ ସରକାରୀ ୟୁପିଏସ କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ସ୍ଥାନୀୟ ଜୟନଗର ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟର ସିଆରସିସି ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ବାଇଁଙ୍କ ତତ୍ତ୍ୱବାଧାନରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ତର୍କ, ବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, ସୃଜନଶୀଳ ଲିଖନ, ହସ୍ତାକ୍ଷର, କୁଇଜ, ଭଳି କନିଷ୍ଠ-ବରିଷ୍ଠଙ୍କୁ ନେଇ ୨୬ଟି ପ୍ରତିଯୋଗିତାରେ ୧୮୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ ୨୫ରୁ ଉର୍ଦ୍ଧ୍ବ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଦିବସର ଉଦଘାଟନ କରିଥିଲେ। ଜୟନଗର ଏସ ଏସ ଏବଂ ସୁନାରି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପର୍ଯ୍ୟାୟରେ ପ୍ରାରମ୍ଭିକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରିଥିଲେ। ତା'ପରେ ଘୋଷଣା ଅନୁକ୍ରମେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। କାର୍ଯ୍ୟକ୍ରମରେ ଗୋଷ୍ଠିଶିକ୍ଷା ଅଧିକାରୀ(ଜୟପୁର), ଚନ୍ଦନ କୁମାର ନାୟକ, ଅତିରିକ୍ତ ଗୋଷ୍ଠିଶିକ୍ଷା ଅଧିକାରୀ କେ. ଗୋପାଳ , ଶ୍ରୀଯୁକ୍ତ ଶଶୀ ଭୂଷଣ ଦାଶ (ସେକ୍ସନ ଅଫିସର, ବିଇଓ ଅଫିସ), ଜୟପୁର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦେବୀ ପ୍ରସାଦ ଦାଶ, ସି ଆର ସି ସି ରୁଦ୍ର ପ୍ରସାଦ ପାଣିଗ୍ରାହି ଏବଂ ରାମେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରତିଯୋଗିତା ପରେ ପୁରସ୍କାର ବିତରଣ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀକାନ୍ତ ପାଢ଼ୀ ଏବଂ କାଉନସିଲର(ୱାର୍ଡ ନଂ-୧) ଗୋପୀନାଥ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ ସହିତ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ କ୍ଲଷ୍ଟର ସିଆରସିସି ଶ୍ରୀମତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande