ପଶ୍ଚିମବଙ୍ଗକୁ ଗାଈ ଚାଲାଣ ବେଳେ ଧରାପଡିଲା ଟାଟା ଏସି ଗାଡ଼ି, ୪ ଗାଈ ଜବତ
ପଶ୍ଚିମବଙ୍ଗକୁ ଗାଈ ଚାଲାଣ ବେଳେ ଟାଟା ଏସି ଗାଡ଼ି , ୪ ଗାଈ ଜବତ
ପଶ୍ଚିମବଙ୍ଗକୁ ଗାଈ ଚାଲାଣ ବେଳେ ଧରାପଡିଲା ଟାଟା ଏସି ଗାଡ଼ି, ୪ ଗାଈ ଜବତ


ବାରିପଦା, ୧୪ ଅକ୍ଟୋବର (ହି.ସ.)- ପଶ୍ଚିମବଙ୍ଗକୁ କୁଳିଅଣା ବ୍ଲକ ଚାନ୍ଦୁଆ ମଧ୍ୟ ଦେଇ ଗୋ ଚାଲାଣ ଉଦ୍ୟମ ହେଉଥିବା ବେଳେ ଗାଈ ବୋଝେଇ ଗାଡ଼ି ଜବତ ହୋଇଛି। ବଜରଙ୍ଗ ସେନା କର୍ମକର୍ତ୍ତା ମାନେ ଗାଡିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ଏକ ଟାଟା ଏସି ଗାଡିରେ ସର୍ଗଛିଡା ଗ୍ରାମ ପଞ୍ଚାୟତର ଟଙ୍ଗାଶୋଳ ଗ୍ରାମ ଦେଇ ଯାଉଥିବା ବେଳେ ବଜରଙ୍ଗ ସେନା କର୍ମୀ ଅଟକାଇ ଥିଲେ। ଏହାପରେ ଚାନ୍ଦୁଆ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ପୋଲିସ ପହଞ୍ଚି ଉକ୍ତ ଗାଡି ସମେତ ୪ଟି ଗାଈ ଜବତ କରି ଥାନାକୁ ଆଣିଥିଲେ। ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ଥିବାବେଳେ ଗାଈଙ୍କୁ ବାଲେଶ୍ଵର ଗୋଶାଳା ପଠାଇ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande