ହରିଆନା ଆଇପିଏସ ଅଧିକାରୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ.)- ହରିଆନାର ୨୦୦୧ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ୱାଇ.ପୁରନ କୁମାରଙ୍କ ମୃତ୍ୟୁ ଓ ତାଙ୍କ “ସୁଇସାଇଡ ନୋଟ” ଅନୁଯାୟୀ ହରିଆନା ସରକାର ପଦକ୍ଷେପ ନେଉନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବ୍ୟଥିତ ହୋଇଛି । ଆଜି ସଂସଦର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ପ
ହରିଆନା ଆଇପିଏସ ଅଧିକାରୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ


ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ.)- ହରିଆନାର ୨୦୦୧ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ୱାଇ.ପୁରନ କୁମାରଙ୍କ ମୃତ୍ୟୁ ଓ ତାଙ୍କ “ସୁଇସାଇଡ ନୋଟ” ଅନୁଯାୟୀ ହରିଆନା ସରକାର ପଦକ୍ଷେପ ନେଉନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବ୍ୟଥିତ ହୋଇଛି । ଆଜି ସଂସଦର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ କୁମାରଙ୍କ ସୁଇସାଇଡ ନୋଟରେ ଉଲ୍ଲେଖିତ ଥିବା ସମସ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାପାଇଁ ଓ ସିବିଆଇକୁ ଏହି ତଦନ୍ତଭାର ଦେବାପାଇଁ ଦାବି କରିଛି ।

ଗତ ଅକ୍ଟୋବର ୭ ତାରିଖରେ ସେ ଲେଖିଥିବା ୯ ପୃଷ୍ଠା ବିଶିଷ୍ଟ “ସୁଇସାଇଡ” ନୋଟ ଅନୁଯାୟୀ ହରିଆନା ପୋଲିସ ଡିଜି ଶତୃଜିତ କପୁର ଓ ଅନ୍ୟ ୧୬ ଜଣ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମାନେ ତାଙ୍କୁ ଜାତିଗତ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହରିଆନା ସରକାର କୌଣସି ଜଣେ ମଧ୍ୟ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିନାହାନ୍ତି । ଅପର ପକ୍ଷରେ ହରିଆନାର ବିଜେପି ସରକାର ହରିଆନା ପୋଲିସ ମହାନିର୍ଦ୍ଦେଶକଙ୍କୁ ତଦନ୍ତରୁ ବଞ୍ଚାଇବାପାଇଁ ଛୁଟିରେ ପଠେଇଦେଇଛନ୍ତି । ମୃତ ଆଇପିଏସ ଅଧିକାରୀ ଶ୍ରୀ କୁମାରଙ୍କ ଧର୍ମପତ୍ନୀ ଅମନିତ ପି କୁମାର ଯିଏ ମଧ୍ୟ ଜଣେ ଆଇଏଏସ ଅଧିକାରୀ ସୁଇସାଇଡ ନୋଟରେ ଥିବା ଅଧିକାରୀ ମାନଙ୍କ ନାମରେ ଏତଲା ରୁଜୁ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ହରିଆନା ସରକାର ତାଙ୍କ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାନ୍ତି ଯାହାକି ହରିଆନା ସରକାରଙ୍କ ଜାତିଗତ ବିଦ୍ୱେଷ ଭାବର ପ୍ରମାଣିତ କରୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ, ପିସିସି ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande