ଧାର ଟଙ୍କା ମଗାକୁ କେନ୍ଦ୍ରକରି ମାରପିଟ ୨ ଗୁରୁତର
ଧର୍ମଶାଳା,୧୫ଅକ୍ଟୋବର(ହି.ସ.): ଯାଜପୁର ଜିଲା ଧର୍ମଶାଳା ଥାନା ଜାଲସୁଖା ଗ୍ରାମରେ ଧାର ଟଙ୍କା ମଗାକୁ କେନ୍ଦ୍ରକରି ଦୁଇ ଜଣଙ୍କ ମଧ୍ୟରେ ମାରପିଟ ଘଟି ଉଭୟ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜାଲସୁଖା ଗ୍ରାମରେ ରହୁଥିବା କୁଳମଣି ଦେଉରୀଙ୍କ ପୁଅ ଚିତରଞ୍ଜନ ଦେଉରୀ ସେହି ଗ୍ରାମର ନରୀ ଦାସଙ
ଧାର ଟଙ୍କା ମଗାକୁ କେନ୍ଦ୍ରକରି ମାରପିଟ ୨ ଗୁରୁତର


ଧର୍ମଶାଳା,୧୫ଅକ୍ଟୋବର(ହି.ସ.): ଯାଜପୁର ଜିଲା ଧର୍ମଶାଳା ଥାନା ଜାଲସୁଖା ଗ୍ରାମରେ ଧାର ଟଙ୍କା ମଗାକୁ କେନ୍ଦ୍ରକରି ଦୁଇ ଜଣଙ୍କ ମଧ୍ୟରେ ମାରପିଟ ଘଟି ଉଭୟ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜାଲସୁଖା ଗ୍ରାମରେ ରହୁଥିବା କୁଳମଣି ଦେଉରୀଙ୍କ ପୁଅ ଚିତରଞ୍ଜନ ଦେଉରୀ ସେହି ଗ୍ରାମର ନରୀ ଦାସଙ୍କ ପୁଅ ସୁକାନ୍ତ ଦାସକୁ ଧାର ଟଙ୍କା ମାଗିବାରୁ ସୁକାନ୍ତ ତାକୁ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଉଭୟଙ୍କ ମଧ୍ୟରେ ମାରପିଟ ଲାଗିବା ଯୋଗୁଁ ଉଭୟ ଗୁରୁତର ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ୧୧୨କୁ ଫୋନ କରିବା ପରେ ପୁଲିସ ସେଠାରେ ପହଁଚି ଉଭୟଙ୍କୁ ଆଣି ଧର୍ମଶାଳା ଡାକ୍ତରଖାନାରେ ଭର୍ତୀ କରିଥିଲେ । ତେବେ ଡାକ୍ତଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସମ୍ପର୍କରେ ଚିତରଞ୍ଜନଙ୍କ ସମ୍ପର୍କିୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନଂ ୬୪୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande