ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ୬୯ତମ ଭଲିବଲ ପ୍ରତିଯୋଗିତା ରେ ୧୪ ବର୍ଷରୁ କମ ବାଳକ ବିଭାଗରେ ରନର୍ସ ଢେଙ୍କାନାଳ ଚମ୍ପିୟାନ କେନ୍ଦ୍ରାପଡ଼ା ଓ ବାଳିକା ବିଭାଗରେ ରନର୍ସ ଢେଙ୍କାନାଳ ହୋଇଥିବା ବେଳେ ଚମ୍ପିୟାନ ଭୁବନେଶ୍ୱର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ୧୭ବର୍ଷରୁ କମ ବାଳକ ରନର୍ସ ପୁରୀ ଚମ୍ପିୟାନ କେନ୍ଦ୍ରାପଡ଼ା ବାଳିକା ରନର୍ସ ଢେଙ୍କାନାଳ ଚମ୍ପିୟାନ କେନ୍ଦ୍ରାପଡ଼ା ର ଖେଳାଳିମାନେ ମୁଖ୍ୟଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଂଟରେ କେନ୍ଦ୍ରାପଡ଼ା ଚମ୍ପିୟାନ ହୋଇଥିଲା । ଏଥିରୁ ଚୟନ ହୋଇଥିବା ୪୮ ଜଣ ପ୍ରତିଯୋଗୀ ଜାତୀୟ ସ୍ତରକୁ ଖେଳିବାପାଇଁ ମନୋନୀତ ହୋଇଥିବାରୁ ସେମାନଙ୍କୁ ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ଶୁଭେଚ୍ଛା ଜଣାଇଥଲେ। ଏହି ଅବସରରେ ଜିଲ୍ଲା ଶିକ୍ଷଧିକାରୀ ଡ଼ା ଜଗବନ୍ଧୁ ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ ସଭରେ ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଆର ସି ବି ଏଲ ଚରମ୍ପା ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ ସମସ୍ତ ଖେଳାଳି ମାନଙ୍କୁ ଏକ ସ୍ପୋର୍ଟ୍ସମ୍ୟାନ ସ୍ପିରିଟ ରେ ଖେଳିଥିବାରୁ ମଂଚରେ ଉପସ୍ଥିତ ବରେଣ୍ୟ ଅତିଥି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଜ୍ୟୋତିପ୍ରକାଶ ପରିଡା, ସପନ କୁମାର ଯେନା ଭାଗିରଥୀ ମଲ୍ଲିକ, ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ ଅତିଥିମାନେ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଯୋଗିତା ମନୋଭାବକୁ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ