ଭଦ୍ରକରେ ୮ମ ଜିଲ୍ଲା ପରିଷଦ ବୈଠକ, ରାସ୍ତାଘାଟର ଶୋଚନୀୟ ଅବସ୍ଥାକୁ ନେଇ ଜିଲା ପରିଷଦ ବୈଠକ କମ୍ପିଲା
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଜିଲାର ସମସ୍ତ ଗମନାଗମନ ପଥର ଶୋଚନୀୟ ଅବସ୍ଥା ନେଇ ଆଜି ୮ମ ଜିଲା ପରିଷଦ ବୈଠକ କମ୍ପିଛି। ପୂର୍ତ, ଗ୍ରାମ୍ୟ ଓ ଉନ୍ନୟନ ବିଭାଗର ସମସ୍ତ ସଡକପଥ ଏବେ ଗମନାଗମନ ଉପଯୋଗୀ ନୁହେଁ। ରାସ୍ତା ଗୁଡିକର ନିର୍ମାଣ କିମ୍ବା ମରାମତି ବାବଦରେ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧ
8TH ZILLA PARISHAD BAITHAK


ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଜିଲାର ସମସ୍ତ ଗମନାଗମନ ପଥର ଶୋଚନୀୟ ଅବସ୍ଥା ନେଇ ଆଜି ୮ମ ଜିଲା ପରିଷଦ ବୈଠକ କମ୍ପିଛି। ପୂର୍ତ, ଗ୍ରାମ୍ୟ ଓ ଉନ୍ନୟନ ବିଭାଗର ସମସ୍ତ ସଡକପଥ ଏବେ ଗମନାଗମନ ଉପଯୋଗୀ ନୁହେଁ। ରାସ୍ତା ଗୁଡିକର ନିର୍ମାଣ କିମ୍ବା ମରାମତି ବାବଦରେ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀମାନେ ଠିକ୍ ଭାବେ ତଦାରଖ କରୁନାହାଁନ୍ତି। ଯାହାଫଳରେ ରାସ୍ତାଗୁଡିକର ନିର୍ମାଣକାର୍ଯ୍ୟ ନିମ୍ନମାନର ହେବା ସହ ଅହେତୁକ ବିଳମ୍ବ ଘଟୁଛି। ଇଂଜିନିୟର ମାନେ ପ୍ରକଳ୍ପ ଗୁଡିକର (ନିର୍ମାଣାଧୀନ ରାସ୍ତା) ନାମକୁ ଭୁଲିଯାଉଥିବାବେଳେ ଠିକାଦାରଙ୍କ ନାମକୁ ମୁହଁରେ ଘୋଷି ରଖିଛନ୍ତି। ଦୁଇଟି ବିଭାଗର ମୁଖ୍ୟମାନେ ରାସ୍ତାଘାଟର ଉନ୍ନତି ପ୍ରତି ଯେତିକି ତତ୍ପରତା ପ୍ରକାଶ କରୁନାହାଁନ୍ତି, ଠିକାଦାରଙ୍କ ଫାଇଦା ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି ବୋଲି ଆଜି ଜିଲା ପରିଷଦ ବୈଠକରେ ଉପସ୍ଥିତ ସାଂସଦ ଓ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବୈଠକରେ ମୁଖ୍ୟତଃ ବିଭିନ୍ନ ବ୍ଲକ୍‌ରୁ ଆସିଥିବା ଜିଲା ପରିଷଦର ସଦସ୍ୟମାନେ ସେମାନେ ନିଜ ନିଜ ଅଂଚଳର ରାସ୍ତାଘାଟ ଗୁଡିକର ଦୂରାବସ୍ଥା ସଂପର୍କରେ ଅଭିଯୋଗ ଆଣିବା ପରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟତଃ ଭଦ୍ରକ-ଆରଡି ସଡକପଥର ଆଖଣ୍ଡଳମଣି ଛକ ଓ ମୁକୁଳା ଡ୍ରେନ୍‌କୁ ନେଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବାରମ୍ବାର ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ତାଗିଦ କରିଥିଲେ ମଧ୍ୟ ଆଜିଯାଏ ସଂପୂର୍ଣ୍ଣ ହୋଇନାହିଁ। ଏନେଇ ବିଧାୟକ ଶ୍ରୀ ମହାପାତ୍ର ଖପ୍ପା ହୋଇଥିଲେ। ଡିସେମ୍ବର ସୁଦ୍ଧା ଏହି ରୋଡ୍‌ର ନିର୍ମାଣ କାର୍ଯ୍ୟ ସହ ଡ୍ରେନ୍ ଗୁଡିକରେ ସ୍ଲାବ୍ ପକାଇବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍‌ର ଆଗରପଡା ବରପଦା ରାସ୍ତାର ଉନ୍ନତିକାର୍ଯ୍ୟରେ ବିଳମ୍ବ, ବନ୍ତ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ନିଯୁକ୍ତିର ଅଭାବକୁ ନେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପ୍ରଶ୍ନ ବାଣରେ ଘାଇଲା କରିଥିଲେ। ଛତାବର ଠାରୁ ଯାଜପୁର ଯାଇଥିବା ସଡକପଥ ନିର୍ମାଣ କାର୍ଯ୍ୟରେ ଅହେତକୁ ବିଳମ୍ବ, କୋରିଗାଁ ରୋଡ୍ ନିର୍ମାଣ କାର୍ଯ୍ୟ ହୋଇନଥିବାରୁ ଯାତାୟତରେ ନାନା ଅସୁବିଧା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଯୋଗ୍ୟତା ନଥିବା ଠିକାଦାରମାନେ ଟେଣ୍ଡର ନେଇ ଅନ୍ୟ ପେଟି କଂଟ୍ରାକ୍ଟରମାନଙ୍କୁ ସବ୍‌ଲେଟିଂ କରୁଥିବାରୁ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି ବୋଲି ଅଭିଯୋଗ ଉଠିଥିଲା। ସେହିପରି କୃଷି ବିଭାଗର କ୍ରପ୍ କଟିଂ ସଠିକ୍ ଭାବେ ସର୍ଭେ କରାଯାଇନଥିବାରୁ ମାତ୍ର ୫ ପ୍ରତିଶତ ଚାଷୀ ବୀମା ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ସାଂସଦ ଅଭିମନ୍ୟୁ ସେଠୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଣୁ ଆଉ ଥରେ ଏକ ସ୍ୱତନ୍ତ୍ର ବୈଠକ ବସାଇ ଏହି ସଂପର୍କରେ ବିଧିବଦ୍ଧ ସମୀକ୍ଷା କରିବାକୁ ଜିଲାପାଳଙ୍କୁ କୁହାଯାଇଥିଲା। ଅନ୍ୟପକ୍ଷରେ ବିଦ୍ୟାଳୟମାନଙ୍କରେ ଛାତ୍ର ଉପସ୍ଥାନ ନେଇ ଆନୁପାତିକ ହାରରେ ଶିକ୍ଷକ ନିଯୁକ୍ତି ଦିଆଯାଉନଥିବା ନେଇ ସାଂସଦ ଶ୍ରୀ ସେଠୀ ଜିଲା ଶିକ୍ଷାଧିକାରୀଙ୍କ ପ୍ରତି ଅଙ୍ଗୁଳି ଉଠାଇଥିଲେ ବୋଲି ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଥିବାବେଳେ ପାନୀୟ ଜଳ ଯୋଗାଣ, ରୋଗୀ ସେବା ସମସ୍ୟା, ଖାଉଟି ଯୋଗାଣ, ଜଳ ସମ୍ପଦ, ବନ୍ୟା ସମସ୍ୟା, ଡାକ୍ତର ନିଯୁକ୍ତି, ପରିମଳ ବିଭାଗର କାର୍ଯ୍ୟଧାରା ଓ ପ୍ରକଳ୍ପ ଗୁଡିକର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ,ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସମେତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଧାୟକ ଅଶୋକ ଦାସ, ବିଧାୟକ ସଞ୍ଜୀବ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନି ବାଳା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଜିଲ୍ଲାର ସାତଟି ବ୍ଲକ ର ପଂଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ଜିଲ୍ଲାପରିଷଦ ସଦସ୍ୟ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande