ଗଞାମ, ୧୫ ଅକ୍ଟୋବର (ହି.ସ.)- ଭାରତ ରତ୍ନ ଯୋଗଜନ୍ମା ମିସାଇଲ ପୁରୁଷ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟ ପଞ୍ଚାନବେ ତମ ଜନ୍ମ ତିଥିରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଟି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସକାଳ ୧୦ଟା ସମୟରେ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର, ଶିକ୍ଷକ ଏନ ନାଗେଶ୍ୱର ରାଓ ଓ ଅଶୋକ କୁମାର ପଟନାୟକ, ସମ୍ପାଦକ ମହମଦ ଆସଲାମ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବ୍ରଜେନ୍ଦ୍ର କୁମାର ଦାସ, ମାନସ ରଞ୍ଜନ ପାତ୍ର ପ୍ରମୁଖ କଲାମଙ୍କ ସ୍ମୃତି ଚାରଣକରି ତାଙ୍କର ବହୁମୁଖୀ ପ୍ରତିଭା ଓ ସରଳ ଅମାୟିକ ଜୀବନ ଜାପାନ, ଦେଶପ୍ରେମ ଓ ପ୍ରତିରକ୍ଷା ବିଜ୍ଞାନରେ ଅବଦାନ ବିଷୟରେ ଆଲୋଚନା କରିଥିଲେ |
ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସଦସ୍ୟ, ବିଦ୍ୟାଳୟର କର୍ମକର୍ତା ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ