ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ
ମୁମ୍ବାଇ - ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି।ଲୋକପ୍ରିୟ ଟିଭି ଅଭିନେତା ପଙ୍କଜ ଧୀର ଯିଏ ଦୂରଦର୍ଶନର ଐତିହାସିକ ନାଟକ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ରରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା,ଏବେ ଏହି ଦୁନିଆରେ ଆଉ
ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ


ମୁମ୍ବାଇ - ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି।ଲୋକପ୍ରିୟ

ଟିଭି ଅଭିନେତା ପଙ୍କଜ ଧୀର ଯିଏ ଦୂରଦର୍ଶନର ଐତିହାସିକ ନାଟକ ମହାଭାରତରେ

କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ରରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା,ଏବେ

ଏହି ଦୁନିଆରେ ଆଉ ନାହାନ୍ତି। ୬୮ ବର୍ଷୀୟ ଅଭିନେତା

ବୁଧବାର ସକାଳ ପ୍ରାୟ ସାଢେ ୧୧:୩୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତର

ଖବର ସମଗ୍ର ଶିଳ୍ପ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ଶୋକରେ ବୁଡ଼ାଇ ଦେଇଛି।ଗତ କିଛି ସମୟ ଧରି ପଙ୍କଜ

ଧୀର ଗୁରୁତର ଅସୁସ୍ଥ ଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତଥାପିପରିବାର ପକ୍ଷରୁ ସେତେବେଳେ ତାଙ୍କ

ପରିବାର ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସରକାରୀ ବୟାନ ଦିଆଯାଇ ନଥିଲା।ପଙ୍କଜ ଧୀରଙ୍କ ଦେହାନ୍ତ ନିଶ୍ଚିତ ତାଙ୍କ ଘନିଷ୍ଠ

ବନ୍ଧୁ ମହାଭାରତରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିବା ଫିରୋଜ ଖାନ ନିଶ୍ଚିତ କରିଥିଲେ।ସେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ଏହା ସତ୍ୟ ଯେ ପଙ୍କଜ ଆଉ ନାହାନ୍ତି। ମୁଁ ଜଣେ ବହୁତ

ଭଲ ବନ୍ଧୁଙ୍କୁ ହରାଇଛି। ସେ କେବଳ ଜଣେ ଚମତ୍କାର ଅଭିନେତା ନଥିଲେ, ବରଂ ଆହୁରି ଉଲ୍ଲେଖନୀୟ ମଣିଷ ଥିଲେ। ମୁଁ ଗଭୀର ଭାବରେ

ମର୍ମାହତ ଏବଂ ଶବ୍ଦ ହରାଇ ବସିଛି। ସେ ପ୍ରକୃତରେ ଜଣେ ଚମତ୍କାର ବ୍ୟକ୍ତି ଥିଲେ।ପଙ୍କଜ ଧୀର ତାଙ୍କ

ଦୀର୍ଘ କ୍ୟାରିୟରରେ ଟେଲିଭିଜନ ଏବଂ ଚଳଚ୍ଚିତ୍ର ଉଭୟରେ ଶକ୍ତିଶାଳୀ ଭୂମିକାରେ ଅଭିନୟ କରିଥିଲେ।

ମହାଭାରତରେ କର୍ଣ୍ଣ ଭାବରେ ତାଙ୍କର ଭାବପ୍ରବଣ ଏବଂ ତୀବ୍ର ଅଭିନୟ ତାଙ୍କୁ ଏକ ଘରେ ଘରେ

ପରିଚିତ କରାଇଥିଲା। ଏହା ବ୍ୟତୀତ ସେ ବର୍ଡର,

ବାହୁବଳୀ: ଦ ବିଗିନିଂ (ହିନ୍ଦୀ ଡବ୍ ୱଜନରେ ଭଏସ), ସନ୍ ଅଫ୍ ସର୍ଦ୍ଦାର ଏବଂ

କର୍ମଯୋଗ ଭଳି ଅନେକ ଚଳଚ୍ଚିତ୍ରରେ

ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande