ସରକାର ଓ ସାମାଜିକ ଅନୁଷ୍ଠାନ ସମନ୍ୱୟରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
Awerness program regarding supper station
ସରକାର ଓ ସାମାଜିକ ଅନୁଷ୍ଠାନ ସମନ୍ୱୟରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ


କନ୍ଧମାଳ, ୧୫ ଅକ୍ଟୋବର(ହି.ସ.) – କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ମାନସିକ ସ୍ୱାସ୍ଥ୍ୟକୁ କିପରି ଗ୍ରାମ ସ୍ତରରେ ସଚେତନତା ଆଣିବା ଓ ଅନ୍ଧବିଶ୍ୱାଶକୁ ଦୂରକରିବା ଭଳି କାର୍ଯ୍ୟକ୍ରମ ଯାହା ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ମିଳିତ ସହାୟତା ରେ ଟିକାବାଲି ଓ କ.ନୁଆଗାଁ ବ୍ଲକ ରେ କରାଯାଉଛି ଓ ପଂଚାୟତ ସ୍ତରରେ ସ୍ୱଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ କରି ମାନସିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ତାହା ଗୋପବନ୍ଧୁ ଆକେଡେମି ଓ ପ୍ରଶାସନିକ ଅନୁଷ୍ଠାନରୁ ଆସିଥିବା ୮ ଜଣ ଅଫିସର ପ୍ରଶିକ୍ଷାର୍ଥୀ ଟିକାବାଲି ର ପାଡାଙ୍ଗି ଓ ବରିଗୁଡା ଗ୍ରାମରେ ବୁଲି ଦେଖିଥିଲେ। ତା ସହିତ ଯତ୍ନକାରୀ ଅଭିଭାବକ, ଆଂଶିକ ଆରୋଗ୍ୟ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ସ୍ୱାତୀ ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମନ୍ୱୟରେ ଅସୁସ୍ଥ ବ୍ୟକ୍ତି ଚିହ୍ନଟ, ଡାକ୍ତରି ସେବା, ନିୟମିତ ଔଷଧ ସେବନ, ସମାଜରେ ଥିବା ଅନ୍ୟାନ୍ୟ ପ୍ରତିବନ୍ଧକ ବିଷୟରେ ତାଙ୍କ ମାନଙ୍କ ସହିତ ସିଧା ସଳଖ କଥା ହୋଇ ଅନୁଭୁତି ଗ୍ରହଣ କରିଥିଲେ। ସରକାର ଙ୍କ ଯୋଜନା ଓ ସ୍ୱଚ୍ଛାସେବୀ ଅନୁଷ୍ଠାନର ଉପଯୁକ୍ତ ସମନ୍ୱୟରେ ଯୋଜାନାର ସୁଫଳ ହେବ ବୋଲି ଆଶା ପ୍ରକାସ କରିଥିଲେ। ସ୍ୱାତୀ ଅନୁଷ୍ଠାନରେ ୧୨/୧୦/୨୦୨୫ ରୁ ୧୪/୧୦/୨୦୨୫ (୩ ଦିନ) ରହି ଫିରିଙ୍ଗିଆ, ଟିକାବାଲି, ରାଇକିଆ ଓ କ.ନୂଆଗାଁ ବ୍ଲକ ର ବିଭିନ୍ନ ଗ୍ରାମ ବୁଲି କାର୍ଯ୍ୟକ୍ରମ ଯଥା ଜୀବନ ଜୀବିକା, ମାତୃ ସ୍ୱାସ୍ଥ୍ୟ, ଏଡସ୍ କନ୍େଟାଲ, ଝରଣା ଜଳ ମାଧ୍ୟମରେ ଜଳ ସେଚନ ଆଦି କାମ ଦେଖିବା ସହିତ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ୱଚ୍ଛାସେବୀ ଅନୁଷ୍ଠାନ ଲୋକମାନଙ୍କୁ ସଚେତନତାରେ ପ୍ରମୁଖ ଭୁମିକା ନେବା ଆବଶ୍ୟକ ବୋଲି ଆଶା କରୁଥିଲେ। ସ୍ୱାତୀର ଅଧକ୍ଷ ପ୍ରଶାନ୍ତ ଶତପଥୀ ଓ ସଂପାଦକ ଇଂ ହରିଶଙ୍କର ରାଉତ ସମସ୍ତ ଅଫିସର ପ୍ରଶିକ୍ଷାର୍ଥୀ ସହିତ ସାମାଜିକ ଅନୁଷ୍ଠାନ କାର୍ଯ୍ୟପରିଚାଳନା ଉପରେ ଆଲୋଚନା ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ସ୍ୱାଇଁ ପରିଚାଳନା କରିଥିବା ବେଳେ ଗିରଶ ଚନ୍ଦ୍ର ସାମଲ, ବିଶ୍ୱରଞ୍ଜନ କର, ବିଶ୍ୱରଞ୍ଜନ ଦଳବେହେରା ଓ ରୋହିମୁଦ ନାୟକ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande