ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକର ଗର୍ବ, ଗୌରବ, ଭଦ୍ରକ କ୍ରିକେଟ ଆସୋସିଏସନର ସଭାପତି, ଭଦ୍ରକ ଆଥଲେଟିକ ଆସୋସିଏସନର ଉପସଭାପତି, ଟାଇକୋଣ୍ଡା ଆସୋସିଏସନ ଅଫ ଓଡିଶାର କାର୍ଯ୍ୟକାରୀ ସଭାପତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ନର କାର୍ଯ୍ୟକାରିଣୀ ସଦସ୍ୟ, ଚରମ୍ପା ୟୁନାଇଟେଡ଼ କ୍ଳବର ଉପଦେଷ୍ଟା, ଚରମ୍ପା ସ୍କୁଲ ରୋଡ଼ ଦୁର୍ଗାପୂଜା କମିଟିର ଉପଦେଷ୍ଟା, ଆଇନଜୀବି ତଥା ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ମୃତ୍ୟୁର ନବମ ଦିବସରେ ଚରମ୍ପା ଉଗ୍ରସେନ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଓଡିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ଅଧକ୍ଷ ଧୀରେନ ପଲାଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ପବନ ଶର୍ମା ସଂଚାଳନ କରିଥିଲେ। ଏହି ଅବସରରେ ଭଦ୍ରକ ସାଂସଦ ଅଭମନ୍ୟୁ ସେଠି, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠି, ଭଦ୍ରକ ମୁନସୀପାଲିଟି ଚେୟାରମ୍ୟାନ ଗୁଲମାକ୍କୀ ହବିବ, କଂଗ୍ରେସ ନେତା ଅସିତ ପଟ୍ଟନାୟକ, ପୂର୍ବତନ ବିଧାୟକ ନରେନ ପଲାଇ, ଦୈନିକ ସକାଳ ର ସମ୍ପାଦକ ଅମିତ ମଲ୍ଲିକ,ଓଡିଶା ଅଲମ୍ପିକ ଆସୋସିଏସନ ଅଫ ଓଡିଶା, ସମ୍ପାଦକ ଅଭିଜିତ ପାଲ, ଓଡିଶା କ୍ରିକେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଭଦ୍ରକ କ୍ରିକେଟ ଆସୋସିଏନର ପୂର୍ବତନ ସଭାପତି ଉପେନ୍ଦ୍ର ବାରିକ, ଟାଇକୋଣ୍ଡୋ ଆସୋସି ଏ ସନର ସଭାପତି ରବିନାରାୟଣ ପାଣିଗ୍ରାହୀ,ଶିକ୍ଷାବିତ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ସିମୁଳିଆ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ ଅନିଲ କୁମାର ନାୟକ,ଏରେଇର ପୂର୍ବତନ ସରପଂଚ ରତ୍ନାକର ସାମଲ, ସମାଜସେବୀ ସୁଧାକର ରାଉତ, ପ୍ରଫୁଲ୍ଲ ନାୟକ, ଦେବେନ୍ଦ୍ର ମହାନ୍ତି, ଦିବ୍ୟ ସିଂ ନାୟକ,କାଉନସିଲର ଦିଲ୍ଲୀପ ନାୟକ, ଶିଶିର ମିଶ୍ର, ହ୍ୟାପି ହୋମ ତରଫରୁ ପ୍ରତିଭା ତିୱାରୀ, ସୀତାକାନ୍ତ ଦାସ ତଥା ବିଜୟସାରଙ୍କୁ ଭଲ ପାଉଥିବା ଅନେକ ଜ୍ଞାନୀ, ଗୁଣୀ ଛାତ୍ର ଛାତ୍ରୀ ଏହି ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ଇତିହାସ ଆଇନାରେ ବିଜୟ’ ସ୍ମରଣୀକା ପ୍ରକାଶ ପାଇଥିଲା। ସ୍ୱର୍ଗତ ବିଜୟ ଜେନାଙ୍କ ଭଳି ସବୁଗୁଣର ପରିପୂର୍ଣ୍ଣ ମଣିଷ ଟିଏ ଭଦ୍ରକରେ ମିଳିବା କଷ୍ଟ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଅନୁରାଗ ଜେନା,ଅନୁପମ ଜେନା, ବିଦ୍ୟାଧର ବାରିକ, ବିଶାଲ ଲାଖନୀ, ସନ୍ତୋଷ ଜେନା, ରଞ୍ଜନ ଜେନା ଓ ଚନ୍ଦନ ଜେନା ସଭାକାର୍ଯ୍ୟ ସୁପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ