ବଳଦେବଜୀଉ ମନ୍ଦିର ବୁଲି ଦେଖିଲା ରାଜ୍ୟ ପ୍ରତ୍ନତତ୍ୱ ବିଭାଗ
କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ଉନ୍ନତିକରଣ କରିବା ପାଇଁ ପ୍ରତ୍ନତତ୍ୱ ବିଭାଗର ଏକ ଦଳ ବୁଧବାର କେନ୍ଦ୍ରାପଡ଼ାରେ ପହଂଚି ସ୍ଥିତି ପରଖିଛନ୍ତି। ଏହି ଦଳ ପ୍ରଥମେ ମୁଖ୍ୟ ଦେଉଳର ଜଗମୋହନରେ ଖୁମ୍ବର ଫାଟକୁ ତଦାରଖ କରିଥିଲେ। ପ୍ଲେଟ୍ ପଡିବା ଦ୍ୱାରା
ବଳଦେବଜୀଉ ମନ୍ଦିର ବୁଲି ଦେଖିଲା ରାଜ୍ୟ ପ୍ରତ୍ନତତ୍ୱ ବିଭାଗ


କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ଉନ୍ନତିକରଣ କରିବା ପାଇଁ ପ୍ରତ୍ନତତ୍ୱ ବିଭାଗର ଏକ ଦଳ ବୁଧବାର କେନ୍ଦ୍ରାପଡ଼ାରେ ପହଂଚି ସ୍ଥିତି ପରଖିଛନ୍ତି। ଏହି ଦଳ ପ୍ରଥମେ ମୁଖ୍ୟ ଦେଉଳର ଜଗମୋହନରେ ଖୁମ୍ବର ଫାଟକୁ ତଦାରଖ କରିଥିଲେ। ପ୍ଲେଟ୍ ପଡିବା ଦ୍ୱାରା ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏବେ ଯେଉଁ ଡିପିଆର ପ୍ରସ୍ତୁତ ହେବ ସେଥିରେ ପ୍ଲେଟ୍ ଲାଗିବ ନାହିଁ। ଏକ ସ୍ୱତନ୍ତ୍ର ପଥର ଦ୍ୱାରା ଜଗମୋହନର ଖୁମ୍ବକୁ ସୌନ୍ଦର୍ଯ୍ୟକରଣ କରାଯିବ। ନୀଳଚକ୍ର ହୁଗୁଳି ଯାଇଥିବାରୁ ଏହାର ମରାମତି କରାଯିବ। ଝୁଲଣ ଘରର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟର ମରାମତି ହେବ। ପୁରୁଣା ଆନନ୍ଦବଜାରର ସୌନ୍ଦର୍ଯ୍ୟକରଣ କରାଯିବ। ବିବାହ ମଣ୍ଡପ ପଛପାଶ୍ୱର୍ରେ ଥିବା ପୁରୁଣା ଆଜବେଷ୍ଟସ ଘର ଭଙ୍ଗାଯାଇ ଯାତ୍ରୀ ବିଶ୍ରାମଗାର ହେବ। ମନ୍ଦିର ପରିସରରେ ଥିବା ବିବାହ ମଣ୍ଡପକୁ ସ୍ଥାନାନ୍ତର କରାଯାଇ ପାର୍କ ନିକଟରେ ନୂତନ ଭାବେ ବିବାହ ମଣ୍ଡନ ନିର୍ମାଣ କରାଯିବ। ପୁରୁଣା ଚନ୍ଦନ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ହେବ। ଭଣ୍ଡାର ଘରର ଅବସ୍ଥା ଭଲ ନଥିବାରୁ ତାହାର ତଦାରଖ କରିଥିଲେ। ଏହାର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଦଳ କହିଥିଲା। ମନ୍ଦିର ମଧ୍ୟରେ ଥିବା ପାଶ୍ୱର୍ର୍ ଦେବାଦେବୀ ମନ୍ଦିର ଯେପରି କନକ ଦୁର୍ଗା ମନ୍ଦିର, ରାମଜୀ ମନ୍ଦିର, ସରସ୍ୱତୀ ମନ୍ଦିର ପ୍ରମୁଖ ମନ୍ଦିରର ସୌନ୍ଦର୍ଯ୍ୟକରଣ ହେବ। ବଳଦେବଜୀଉ ପାର୍କର ଉନ୍ନତିକରଣ ହେବ। ଯାତ୍ରୀ ନିବାସର ଉନ୍ନତିକରଣ ହେବ। ନୂଆ ଚନ୍ଦନ ପୋଖରୀର ସୌନ୍ଦର୍ଯ୍ୟକରଣ ହେବ। ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କରାଯିବ। ଏନେଇ ଏକ ଘରୋଇ ଆର୍କିଟେକଚର ସଂସ୍ଥାକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦିଆଯାଇଛି। ଏହି ସଂସ୍ଥା ଡିପିଆର ପ୍ରସ୍ତୁତ କରିବା ପରେ ସରକାରଙ୍କୁ ଏହା ପ୍ରଦାନ କରାଯିବ। ଏଷ୍ଟିମେସନ ଅନୁଯାୟୀ ସରକାର ଅର୍ଥ ମଞ୍ଜୁର ହେବ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟିମ୍‌ରେ ପ୍ରତ୍ନତତ୍ୱ ବିଭାଗର ଅଧୀକ୍ଷକ ଦେବଯାନୀ ଭୂୟାଁ, ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ସହ ସଂଗ୍ରହାଧ୍ୟକ୍ଷ ରୁଦ୍ରପ୍ରସାଦ ବେହେରା, ଆର୍କିଟେକ୍ଟ ରୋସନ ମହନ୍ତ ପ୍ରମୁଖ ଥିଲେ। ସେମାନଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରଘୁରାମ ଆର.ଆୟାର, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ରଷ୍ଟ ବୋର୍ଡ ସଭ୍ୟ ହୃଷିକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସଭ୍ୟ ପୂର୍ବତନ ପୌରାଧ୍ୟକ୍ଷ ଧୀରେନ୍ ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଥିଲେ। ଏହି ଟିମ୍ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲା। ଆର୍କିଟେକଚର ସଂସ୍ଥା ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତ କରିଥିବା ଏକ ମଡେଲ ନକ୍ସା ଜିଲ୍ଲାପାଳଙ୍କୁ ଦେଖାଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ସୂଚନା ଦେଇଥିଲେ ମନ୍ଦିରର ବିକାଶ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ଚିଠି ଲେଖିଥିଲା। ଫଳରେ ଆଇନ୍ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ନତତ୍ୱ ବିଭାଗ ଟିମ କେନ୍ଦ୍ରାପଡ଼ାରେ ପହଂଚିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଟିମ୍‌କୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande