କୋରେଇ,୧୫ ଅକ୍ଟୋବର (ହି.ସ.) - କୋରାଇ ଶିକ୍ଷା ମଣ୍ଡଳ ଅଧିନସ୍ଥ ନୂଆପଦା ସରକାରୀ ଉପ୍ରା ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବିଜୟ କୁମାର ମଲ୍ଲିକ, ଜଳ ଓ ପରିମଳ ବିଭାଗ ଅଧିକାରୀ ସୁଧାକର ପଣ୍ଡା, ପରିଚାଳନା କମିଟିର ସଭାପତ୍ି ଅଶୋକ କୁମାର ଦାସ, ସଦସ୍ୟ ଗୟାଧର ସ୍ୱାଇଁ, ପୂର୍ବତନ ସଭାପତି ରବି ନାରାୟଣ ଭୂୟାଁ, ବ୍ଲକ ଜଳ ଓ ପରିମଳ ବିଭାଆଯୋଜକ ଚନ୍ଦନ କୁମାର ଦାସ ପ୍ରମୁଖ ଯୋଗ ଦେଇ ବିଶ୍ୱ ହାତଧୁଆ ଦିବସ ପାଳନର ତାତ୍ପର୍ଯ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହିତ ନିୟମିତ ଭାବେ ଖାଦ୍ୟ ଖାଇବା ପୁର୍ବରୁ ଭଲ ଭାବେ ହାତ ଦୋଇ ଖାଇଲେ ରୋଗ ମୁକ୍ତ ହୋଇପାରିବା ବୋଲି କହିଥିଲେ ଏବଂ ଏହାକୁ ନିଜ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଶିଖାଇବାକୁ ପରାମର୍ଶ ଦେଇଥିଲେ। ଅତିଥି ମାନଙ୍କୁ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସ୍ମୃତିରେଖା ଭୂୟାଁ ସ୍ୱାଗତ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ। ପୁରାତନ ଛାତ୍ରୀ ସୋହାନୀ ଦାସ ଓ ରଶ୍ମିତା ଦାସ ପିଲାମାନଙ୍କୁ ହାତ ଧୋଇବାର ଉପାୟ ପର୍ଯ୍ୟାୟ କ୍ରମେ ଶିକ୍ଷାଇଥିଲେ। ବିଦ୍ୟାଳୟର ଶିକ୍ଷକ ତାରିଣୀ ପ୍ରସାଦ ରାୟ ,ବଳରାମ ବେହେରା ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ