ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ବିଜେଡି ର ଜନସମ୍ପର୍କ ପଦଯାତ୍ରା ଭାଜପା ସରକାର ବିରୋଧରେ ବଲାଙ୍ଗିର ରେ ଗର୍ଜନ ତର୍ଜନ କରି ବିରୋଧ ପ୍ରଦର୍ଶନ ଯାଇଛନ୍ତି ଆଜି ଦଳୀୟ କର୍ମୀ ନେତ୍ରୁ ମଣ୍ଡଳୀ।
ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୯ରୁ ନଭେମ୍ବର ୯ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ବଲାଙ୍ଗୀରରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗୀର ରେ ପଦଯାତ୍ରା ଆରମ୍ଭ କରାଯାଇଛି। ଆଜି ବୁଧବାର ବିଜୁ ଜନତା ଦଳ ମ୍ୟୁନିସିପାଲିଟି ବଲାଙ୍ଗୀର ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ପୂର୍ବାହ୍ନରେ ବଲାଙ୍ଗୀର ସର୍କିଟ ହାଉସ୍ରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ବାହାରିଥିଲା। ଏଥିରେ ଶତାଧିକ ଜନସାଧାରଣ ଏବଂ ବିଜୁ ଜନତା ଦଳର ପୁରୁଷ ମହିଳା କର୍ମୀ ଓ କାଉନସିଲରମାନେ ଯୋଗ ଦେଇଥିଲେ।
ଏହି ପଦଯାତ୍ରା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ପ୍ରସାର କରିଥଲେ। ପଦଯାତ୍ରା ପରେ ତୁଳସୀ ନଗର ଛକଠାରେ ଭାଜପା ସରକାର ବିରୋଧରେ ଏକ ପ୍ରତିବାଦ ସଭା କରାଯାଇଥିଲା। ବିଜେଡି ନେତାମାନେ ତାଙ୍କ ବକ୍ତବ୍ୟରେ ବର୍ତମାନର ଭାଜପା ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା କହିଥିଲେ। ରାଜ୍ୟରେ ମହିଳାମାନଙ୍କୁ ଭାଜପା ସରକାର ସୁରକ୍ଷା ଦେଇପାରୁନାହିଁ। ନାରୀ ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଯାଇଛି ଦ?ର୍ଦାମ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ପଦଯାତ୍ରା ସମୟରେ ବିଜେଡି ନେତା ବିଦୁଭୂଷଣ ତ୍ରୀପାଠୀ, ପାଣ୍ଡବ କୁମ୍ଭାର, ବନମାଳୀ ବାଗ, ନରସିଂହ ବାଗ , ଗୁଞ୍ଜ ଖାନ, ଭାଇସ୍? ଚେୟାରମ୍ୟାନ୍ ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ, ଗଙ୍ଗାଧର ଚାନ୍ଦ, ପବିତ୍ର ନେପାକ, ସଞ୍ଜୁଲତା ଦନ୍ତା, ସନ୍ତୋଷିନୀ କୁଅଁର, ନନ୍ଦିନୀ ପୋଢ଼, ଶତ୍ରୁଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକ, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ଛାତ୍ର ବିଜୁ ଜନତା ଦଳ ସଭାପତି ସୁମନ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ