ଝୁଲନ୍ତା ଅବସ୍ଥାରେ ୨ ଜଣଙ୍କ ଶବ ଉଦ୍ଧାର
ଜୟପୁର, ୧୫ ଅକ୍ଟୋବର (ହି.ସ.)- ଜୟପୁର ଗୋପବନ୍ଧୁ ନଗରରେ ଝୁଲନ୍ତା ଅବସ୍ଥାରେ ୨ ଜଣଙ୍କ ଶବ ଜବତ କରିଛି ଟାଉନ ପୋଲିସ । ଗୋପବନ୍ଧୁ ନଗରରେ ଥିବା କନକ ଦୁର୍ଗା ମନ୍ଦିର ପରିସରରେ ୨ଟି ଶବ ଝୁଲନ୍ତା ଅବସ୍ଥାରେ ଥିଲା । ମୃତ ୨ ଜଣ ହେଲେ ମନ୍ଦିରର ପୁଜକ ତୃତିୟ ଲିଙ୍ଗି ରାଜୁ ମାଛ ଓ ପାଇକ ସାହି ସ
ଝୁଲନ୍ତା ଅବସ୍ଥାରେ ୨ ଜଣ ଙ୍କ ଶବ ଉଦ୍ଧାର


ଜୟପୁର, ୧୫ ଅକ୍ଟୋବର (ହି.ସ.)- ଜୟପୁର ଗୋପବନ୍ଧୁ ନଗରରେ ଝୁଲନ୍ତା ଅବସ୍ଥାରେ ୨ ଜଣଙ୍କ ଶବ ଜବତ କରିଛି ଟାଉନ ପୋଲିସ । ଗୋପବନ୍ଧୁ ନଗରରେ ଥିବା କନକ ଦୁର୍ଗା ମନ୍ଦିର ପରିସରରେ ୨ଟି ଶବ ଝୁଲନ୍ତା ଅବସ୍ଥାରେ ଥିଲା । ମୃତ ୨ ଜଣ ହେଲେ ମନ୍ଦିରର ପୁଜକ ତୃତିୟ ଲିଙ୍ଗି ରାଜୁ ମାଛ ଓ ପାଇକ ସାହି ସମରା ଜାନୀ ।

ସୂଚନା ଅନୁଯାୟୀ, ଗୋପବନ୍ଦୁ ନଗରରେ ଥିବା କନକ ଦୁର୍ଗା ମନ୍ଦିର ପୁଜକ ଭାବେ ରାଜୁ ମାଛ କାର୍ଯ୍ୟ କରୁଥିଲେ । ଜୟନଗରର ସମରା ଜାନୀ ମିସ୍ତ୍ରୀ କାମ କରନ୍ତି । ସେହି ଅଞ୍ଚଳରେ ସମରା କାର୍ଯ୍ୟ କରୁଥିବା ବେଳେ ରାଜୁ ସହ ସମ୍ପର୍କ ଗଢି ଉଠିଥିଲା । ମନ୍ଦିର ପରିସରରେ ଗୋଟିଏ ଲାଲ ରଙ୍ଗର ଶାଢୀରେ ୨ ଜଣ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଜୟପୁର ଟାଉନ ପୋଲିସ ପହଞ୍ଚି ଶବକୁ ଜବତ କରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇଛି । ଏନେଇ ଜୟପୁର ଟାଉନ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ୨ ଜଣ ଆତ୍ମହତ୍ୟା କରିଥିବା ବେଳେ ସାଇଣ୍ଟିଫିକ ଟିମ ତଦନ୍ତ କରିଥିବା ବିଷୟ ଜୟପୁର ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande