ନୂଆଦିଲ୍ଲୀ, ୧୫ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜମ୍ମୁ ଜିଲ୍ଲାର ରାଜସ୍ୱ ବିଭାଗର ଜଣେ ପଟୱାରୀଙ୍କୁ ୨୦ ହଜାର ଟଙ୍କା ଲାଂଚ ନେବା ସମୟରେ ଗିରଫ କରିଛି । ଅଭିଯୁକ୍ତ ନରେନ୍ଦ୍ର ଶର୍ମା ଜମ୍ମୁ ଜିଲ୍ଲାର ଭାଲୱାଲ ତହସିଲରେ ପଟୱାରୀ ଭାବରେ ନିଯୁକ୍ତ ଅଛନ୍ତି ।
ସିବିଆଇ ଅନୁଯାୟୀ, ଅକ୍ଟୋବର ୧୪ ରେ ଦାଖଲ ହୋଇଥିବା ଏକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ପଟୱାରୀ ରାଜସ୍ୱ ରେକର୍ଡ (ଫର୍ଦ) ପ୍ରଦାନ କରିବା ପାଇଁ ୨୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଅଭିଯୋଗର ତଦନ୍ତ କରିବା ପରେ, ସିବିଆଇ ଅଭିଯୁକ୍ତଙ୍କୁ ଲାଂଚ ଗ୍ରହଣ କରିବା ସମୟରେ ଧରିଥିଲା । ପରବର୍ତୀ ସମୟରେ ଏଜେନ୍ସି ଅଭିଯୁକ୍ତଙ୍କ ଆବାସିକ ପରିସରରେ ତଲାସ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ