ସୌର ଶକ୍ତି ଓ ବୈଦ୍ୟୁତିକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଟିପିଏସଓଡିଏଲ୍ କର୍ମଚାରୀ ଇଂ ସୌମ୍ୟ ରଞ୍ଜନ ଲେଙ୍କାଙ୍କ ଦ୍ଵାରା ସାଇକେଲ ଯାତ୍ରା ଆରମ୍ଭ
ଜୟପୁର, ୧୫ ଅକ୍ଟୋବର (ହି.ସ.)- ରାଜ୍ୟର ବିଦ୍ୟୁତ ଉପଭୋକ୍ତା, କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୌର ଶକ୍ତିର ବ୍ୟବହାର ଓ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟି. ପି. ଏସ୍. ଓ. ଡି. ଏଲ୍. କର୍ମଚାରୀ ଇଂ .ସୌମ୍ୟ ରଞ୍ଜନ ଲେଙ୍କା ସାଇକେଲ ମାଧ୍ୟମରେ ସଦୂର ଜୟପୁର, କୋରାପୁଟ ଠାରୁ ସିଲ
ସୌର ଶକ୍ତି ଓ ବୈଦ୍ୟୁତିକ ସୁରକ୍ଷା  ସଚେତନତା ବାର୍ତ୍ତା ନେଇ ଟି. ପି. ଏସ୍. ଓ. ଡି. ଏଲ୍. କର୍ମଚାରୀ ଇଂ ସୌମ୍ୟ ରଞ୍ଜନ ଲେଙ୍କାଙ୍କ ଦ୍ଵାରା ସାଇକେଲ ଯାତ୍ରା ଆରମ୍ବ


ଜୟପୁର, ୧୫ ଅକ୍ଟୋବର (ହି.ସ.)- ରାଜ୍ୟର ବିଦ୍ୟୁତ ଉପଭୋକ୍ତା, କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୌର ଶକ୍ତିର ବ୍ୟବହାର ଓ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟି. ପି. ଏସ୍. ଓ. ଡି. ଏଲ୍. କର୍ମଚାରୀ ଇଂ .ସୌମ୍ୟ ରଞ୍ଜନ ଲେଙ୍କା ସାଇକେଲ ମାଧ୍ୟମରେ ସଦୂର ଜୟପୁର, କୋରାପୁଟ ଠାରୁ ସିଲ୍କିସିଟି, ବ୍ରହ୍ମପୁର ଭାୟା ବଲାଙ୍ଗୀର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ, ଜୟପୁରଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ସର୍କଲ୍ ହେଡ୍ ମନ୍ମଥ ନାଥ ମିଶ୍ର, ଦେବେସ ପଣ୍ଡା, ବିଶ୍ବଜିତ୍ ମେଣ୍ଡୁଳି ଓ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସୁରକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସେ ସଂକ୍ଷିପ୍ତ ବକ୍ତବ୍ୟରଖି କହିଥିଲେ ଯେ, ଆଜିର ଅତ୍ୟାଧୁନିକ ଯୁଗରେ ବିଦ୍ୟୁତ ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପଡିଛି କିନ୍ତୁ ମଣିଷ ଜୀବନକୁ ସରସ ସୁନ୍ଦର କରିଥିବା ଏହି ବିଦ୍ୟୁତ୍ ସହିତ ସାମାନ୍ୟ ଅସାବଧାନତା ହେଲେ ଛୋଟ ବଡ ଦୁର୍ଘଟଣା ଘଟି ଧନ ଓ ଜୀବନକୁ ନଷ୍ଟ କରିଦିଏ l ତେଣୁ ବିଦ୍ୟୁତ ବ୍ୟବହାର ତଥା କାର୍ଯ୍ୟକ୍ଷେତ୍ରରେ ସଦା ସୁରକ୍ଷା ଅବଲମ୍ବନ କରିବା ଉଚିତ୍ l

ଇଂ. ଶ୍ରୀ ଲେଙ୍କା ତାଙ୍କ ଯାତ୍ରା ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ, ସେ ତାଙ୍କ ଯାତ୍ରା ମଧ୍ୟରେ ପଡୁଥିବା ଗାଁ, ସହର ଓ ବିଦ୍ୟାଳୟ ମାନଙ୍କରେ ସୌର ଶକ୍ତିର ସୁ ବ୍ୟବହାର ଓ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କରେ ଛୋଟ ଛୋଟ ପଥପ୍ରାନ୍ତ ସଭା ଓ କାର୍ଯ୍ୟକ୍ରମ ମାନ ଗ୍ରହଣ କରି ସଚେତନତା ସୃଷ୍ଟି କରିବେ l ଏହି କାର୍ଯ୍ୟକ୍ରମରେ ସୌର ଶକ୍ତିର ବ୍ୟବହାର ଓ ବିଦ୍ୟୁତ ଶକ୍ତିର ସୁରକ୍ଷିତ ବ୍ୟବହାର ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ କରିଛନ୍ତି ତେଣୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏହି ଅଭିଯାନରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ପୃଥିବୀକୁ ସବୁଜ ସୁନ୍ଦର ଓ ସୁରକ୍ଷିତ ରଖନ୍ତୁ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧିକାରୀମାନେ ଥିଲେ, ଏମ୍ ଆର୍ ଟି ନିର୍ବାହି ଯନ୍ତ୍ରୀ ସନ୍ତୋଷ କୁମାର ମହାନ୍ତ, ଚନ୍ଧନ ରେଡ୍ଡି, ରାଜେସ କୁମାର ସାହୁ, ପରିମଲ ପାଲ, ବିଚିତ୍ର କୁମାର ବେହେରା, ରନ୍ଧିର ସିଂ, ରାକେଶ ତ୍ରିପାଠି, ରାଜ୍ କୁମର, ହିମାଂଶୁ ନାୟକ, ନିତିନି ଶାନ୍ତି, ସୁଜିତ କୁମାର ସ୍ବାଇଁ, ଶିଶିର ସାହୁ, ତାରିଣୀ ସେନ ମହାଲି ଓ ଅଜିତ୍ ଆଦି ବିଦ୍ୟୁତ କର୍ମଚାରୀମାନେ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande