ଦେଓଗାଁ ବ୍ଲକ କ୍ଲଷ୍ଟର  ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମାପନ
ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଡା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମାପନ ହୋଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କବିରାଜ ମାଝୀ ଏବିଇଓ, ପଦ୍ମଲୋଚନ ସୁନା ସିଆରସିସି, କୌଶଲ୍ୟା ସାମଲ ସ୍କୁଲ ଉପ ସଭାପତି, ପ୍ରଧାନ ଶିକ୍ଷକ କୈଳାସ କର୍ତ
ଦେଓଗାଁ ବ୍ଲକ କ୍ଲଷ୍ଟର  ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମାପନ


ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଡା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମାପନ ହୋଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କବିରାଜ ମାଝୀ ଏବିଇଓ, ପଦ୍ମଲୋଚନ ସୁନା ସିଆରସିସି, କୌଶଲ୍ୟା ସାମଲ ସ୍କୁଲ ଉପ ସଭାପତି, ପ୍ରଧାନ ଶିକ୍ଷକ କୈଳାସ କର୍ତ୍ତୀ ପ୍ରମୁଖ ମଂଚାସିନନ ଥିଲେ । ଏହି କାର୍ଯ୍ୟକ୍ରମରେ ୧୧ ଗୋଟି ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ପ୍ରତିଭାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରଥମ ପୁରସ୍କୃତ ପ୍ରତିଭା ଆଗାମୀ ଦିନରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ସୁରଭିର ମୁଖ୍ୟ ଆକର୍ଷଣ ଥିଲା ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ତା' ସହିତ ପୋନି ସୁଗର କଲୋନୀ ବିଦ୍ୟାଳୟର ଏ.ଇ.ଆଇ ସଂଗୀତା ଦାସଙ୍କ ସଙ୍ଗୀତ ପରିବେଷଣ ସୁରଭି କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷଣ କରିଥିଲା । ସଂଜୀବ ଷଡଙ୍ଗୀ ମଂଚ ପରିଚାଳନା କରିଥିଲେ ଓ ପ୍ରଶାନ୍ତ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande