ମାଲକାନଗିରି, ୧୫ ଅକ୍ଟୋବର (ହି.ସ.)- ଦିବ୍ୟାଙ୍ଗ ରାଧାଙ୍କ ଦୁଃଖ ବିଷୟରେ ଗଣମାଧ୍ୟମରେ ଜାଣିବା ପରେ ମାନବ ଅଧିକାର କର୍ମି ରାମକୃଷ୍ଣ ଚୌଧୁରି ପ୍ରଥମେ ତାଙ୍କ ଗାଁ ବରକୋଲିଗୁଡା, ପରେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରି ସମସ୍ତ ଦସ୍ତାବିଜ ସଂଗ୍ରହ କରିଥିଲେ l ଯାହା ଫଳରେ ରାଧା ୨୦୦୯ ରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ମଧ୍ୟ ୨୦୧୯ ରୁ ଭତ୍ତା ନିମନ୍ତେ ଯୋଗ୍ୟ ହୋଇଥିଲେ l କିନ୍ତୁ, ଆଜି ପର୍ଯ୍ୟନ୍ତ କୌଣସି ଭତ୍ତା କିମ୍ୱା କୌଣସି ସରକାରୀ ସହଯୋଗ ପାଇନଥିଲେ ବୋଲି ସମାଜସେବୀ ତଥା ମାନବ ଅଧିକାର କର୍ମୀ ରାମକୃଷ୍ଣ ଚୌଧୁରୀ ସମସ୍ତ ତଥ୍ୟରୁ ଜାଣିପାରିଥିଲେ l ଏ ବିଷୟରେ ଗୋଷ୍ଠୀ ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତି ସୁଭାଷୀନି ମଲ୍ଲିକ୍ ଓ ତପନ କୁମାର ସେନାପତି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l
ସେମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଲକ୍ଷ୍ମୀକାନ୍ତ ତ୍ରୀପାଠୀ ଓ ବାଦଲ ବିଶ୍ୱାଳଙ୍କ ଉପସ୍ଥିତିରେ ଆଲୋଚନା କରିବା ପରେ ଆଜି ସ୍ୱତନ୍ତ୍ର ବ୍ୟବସ୍ଥା ସହ ଶ୍ରୀମତି ସୁଭାଷୀନି ମଲ୍ଲିକ୍ ରାଧାକୁ ସିନ୍ଧ୍ରିମାଳ ପଞ୍ଚାୟତ ବରକୋଲିଗୁଡାରେ ଥିବା ତାଙ୍କ ବାସଭବନରେ ମା ସୁନାଦେଇ କୁରାମିଙ୍କ ଉପସ୍ଥିତିରେ ପ୍ରଥମ ଦିବ୍ୟାଙ୍ଗ ଭତ୍ତା୧୦୦୦ ଟଙ୍କା ପ୍ରଦାନ କରିଛନ୍ତି l ଆଗାମି ସମୟରେ ରାଧା କିପରି ଗତ ୬ ବର୍ଷର ସମସ୍ତ ଭତ୍ତା ପାଇବ ସେଥିପାଇଁ ପ୍ରୟାସ ଜାରି ରହିବ ବୋଲି ସମାଜସେବୀ ରାମକୃଷ୍ଣ କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ