ଖଲ୍ଲିକୋଟ ନୂଆସାହିରେ ଅଗ୍ନିକାଣ୍ଡ : ପରିବାରର ୧୧ ସଦସ୍ୟ ସୁରକ୍ଷିତ ଉଦ୍ଧାର
ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଓ ବୈଦ୍ୟୁତିକ ଉପକରଣ ଜଳି ଯାଇଛି । ତେବେ ଘରେ ଥିବା ପରିବାରର ସମସ୍ତ ୧୧ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତ ରା
ଖଲ୍ଲିକୋଟ ନୂଆସାହିରେ ଅଗ୍ନିକାଣ୍ଡ : ପରିବାରର ୧୧ ସଦସ୍ୟ ସୁରକ୍ଷିତ ଉଦ୍ଧାର


ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଓ ବୈଦ୍ୟୁତିକ ଉପକରଣ ଜଳି ଯାଇଛି । ତେବେ ଘରେ ଥିବା ପରିବାରର ସମସ୍ତ ୧୧ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଗତ ରାତିରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ଏହି ତିନି ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଥିଲା । ସର୍ଟସର୍କିଟ୍ ଯୋଗୁଁ ଇଲେକଟ୍ରିକ ବାଇକ୍ ର ବ୍ୟାଟେରୀ ଫାଟି ଏହି ନିଆଁ ଲାଗିଥିଲା । ପରେ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ନିଆଁ ଅଧିକ ବେଗରେ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଓ ବୈଦ୍ୟୁତିକ ଉପକରଣ ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ପୋଲିସ ଘଟଣାସ୍ଥଳରେ ପହଂଚିଛି । ଘରେ ଥିବା ସମସ୍ତ ୧୧ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande