ଘଟଗାଁ, ୧୫ ଅକ୍ଟୋବର (ହି.ସ.)- ସ୍ଥାନୀୟ ବ୍ଲକ କୁଣ୍ଡାପିଠା ଗ୍ରାମ ନିକଟ ଗଦଗଦୀ ଘାଟ ନିକଟରେ ଥିବା କୁଣ୍ଡେଶ୍ୱର ମନ୍ଦିର ପରିସରରେ ଆଗାମୀ ମକର ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ପଲେଇଙ୍କ ସଭାପତିତ୍ୱରେ ଉପ ସଭାପତିମନୋରଞ୍ଜନ ମହନ୍ତବାମା ଚରଣ ମୁଣ୍ଡା ଜଳଧର ନାୟକ ରଣଜିତ ପଲେଇ ସମ୍ପାଦକ ଶଶିକାନ୍ତ ମହନ୍ତ ଦୀପକ ମହନ୍ତ ସନ୍ତୋଷ ସେଠି କୋଷାଧ୍ୟକ୍ଷ ରାମଚନ୍ଦ୍ର ନାୟକ, ରାଧା ମୁଣ୍ଡା ଏବଂ ଅନ୍ୟ ସଦସ୍ୟ ମାନେ ଆଲୋଚନାରେ ଭାଗ ନେଇଥିଲେ। ଉଦ୍ୟୋକ୍ତା ବିଜୟ କୁମାର ପଳେଇ ମନ୍ଦିର ଓ ମେଳର ବିଭିନ୍ନ ସମସ୍ୟା ଉପରେ ସୂଚନା ଦେଇଥିଲେ। ଭୋଗ ମଣ୍ଡପ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ