ସୁବର୍ଣ୍ଣପୁର,୧୫ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ବିଶ୍ଵ ହାତଧୁଆ ଦିବସ ପାଳିତ ହୋଇଯାଇଛି। ଅଧିକାରୀ ପୌରବୀ କର୍ମୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ହାତ ଧୋଇବାର ବିଭିନ୍ନ ସୋପାନ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ସ୍କାଉଟ ଛାତ୍ର ଓ ଜୁନିଅର ରେଡକ୍ରସ ଛାତ୍ରୀ ମାନେ ସୋପାନ ଅନୁସାରେ ହାତ ଧୋଇବା ଅଭ୍ୟାସ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସୁସ୍ଥ ଜୀବନ ଯାପନ ପାଇଁ ହାତ ଧୋଇବାର ଗୁରୁତ୍ଵ ବିଷୟରେ ଧାରଣା ଦେଇଥିଲେ। ମାୟାବର୍ହା ଉପସ୍ବାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟଅଧିକାରୀ ପୌରବୀ କର୍ମୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ହାତ ଧୋଇବାର ବିଭିନ୍ନ ସୋପାନ ପ୍ରଦର୍ଶନ କରିଥିଲେ।
ବିଦ୍ୟାଳୟର ସ୍କାଉଟ ଛାତ୍ର ଓ ଜୁନିଅର ରେଡକ୍ରସ ଛାତ୍ରୀ ମାନେ ସୋପାନ ଅନୁସାରେ ହାତ ଧୋଇବା ଅଭ୍ୟାସ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ