ରାଉରକେଲା, ୧୫ ଅକ୍ଟୋବର (ହି.ସ.)- ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହଠାତ ୧୩ ଅକ୍ଟୋବରରେ ଜିଲ୍ଲା ବିଜେପି ସଭାନେତ୍ରୀଙ୍କ ସମେତ ପ୍ରାୟ ୩୦ ଜଣ ପଶି ଗଲେ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କ ରୁମ ଭିତରକୁ, ଚୌକି ଟାଣି ବସିବା ସହ ଆଗ ସମସ୍ତେ ତାଳି ମାରିଲେ, ହସିଲେ, ପାଖରେ ରଘୁନାଥପାଲ୍ଲୀ ଥାନା ବାବୁ ମଧ୍ୟ ଥାନ୍ତି । ଏଥିରେ ମହିଳା ପ୍ରିନ୍ସିପାଲ ହସିବାରୁ ତାଙ୍କୁ ଆଙ୍ଗୁଳି ଦେଖାଇ କହିଲେ ତମେ ହସିପାରିବନି, ତା' ପରେ ଟେବୁଲକୁ ବାଡେଇ ନାନା ଧମକ ଦେବା ସହ କହିଥିଲେ ଏବେ ଆମ ସରକାର ଆମ ମନ୍ତ୍ରୀ ଆମେ ଯାହା ଚାହିଁବୁ କରିବୁ, ଆପଣ ମାଡାମ ବିଜେପି ସହ ମିଶିକି ରୁହନ୍ତୁ ନଚେତ ସମସ୍ୟାରେ ପଡିବେ । ଏ ଥିଲା ସେ ୩୦ ଜଣିଆ ଟିମର କାରବାର । ତେବେ ଏଥିରେ ମହିଳା ସଭାନେତ୍ରୀ ନିରବ ଥିଲେ ବୋଲି ଏହାକୁ ଦେଖିଥିବା କିଛି କର୍ମଚାରୀ ମାନେ କହିଛନ୍ତି । ତେବେ ଏହାପରେ ନିଜର ସୁରକ୍ଷା ଓ ମହାବିଦ୍ୟାଳୟର ପିଲା ମାନଙ୍କ ସୁରକ୍ଷାକୁ ନେଇ ପ୍ରିନ୍ସିପାଲ ଗଲେ ରାଉରକେଲା ଏସପିଙ୍କ ପାଖକୁ, ସବୁ କଥା ଲେଖିକି ଦେବା ସହ ସୁରକ୍ଷା ମାଗିଥିଲେ, ଏସପି ସବୁ ଶୁଣିଲେ ଓ କହିଲେ ଆଗ ମହାବିଦ୍ୟାଳୟ ସମ୍ମୁଖ ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କରନ୍ତୁ କିଏ ଆସିଲା ଗଲା ତାକୁ ଜାଣନ୍ତୁ, ସି ସିି କ୍ୟାମେରା ଠିକ କରନ୍ତୁ ତା' ପରେ ପୁଲିସ ଉପରେ ସବୁ ଛାଡି ଦିଅନ୍ତୁ । ପରେ ଅପରପକ୍ଷ ପୁଲିସ ଏସପିଙ୍କ ପାଖରେ ଏହି ମାମଲାରେ ଫେରାଦ ହେଲେ, ଏସପି ସେମାନଙ୍କୁ କହିଲେ ଆଇନ ପାଖରେ ସମସ୍ତେ ସମାନ ତେଣୁ ଯାହା ସମସ୍ୟା ଅଛି ତାକୁ ସଠିକ ଦିଗରେ ସଠିକ ଯାଗାକୁ ପଠାନ୍ତୁ ମୁଁ ମଧ୍ୟ ଯାହା ପାଇଛି ତାକୁ ମଧ୍ୟ ପଠାଇବି, ଆପଣ ମାନେ ନିଜ ଯାଗାକୁ ଯାଆନ୍ତୁ । ଏସପି ଅତି ସୁନ୍ଦର ଭାବେ ଏହାକୁ ଟେକେଲ କଲେ ଯାହା ଥିଲା ବିଜେପି ଦଳର କିଛି କର୍ମୀ ଓ ମହିଳା ପ୍ରିନ୍ସିପାଲଙ୍କ ଭିତରେ ଗତ ୧୩ ତାରିଖରେ ଘଟିଥିବା ଡ୍ରାମାର କଥା । ତେବେ କିଛି ଲୋକ ଏକ ଜାତୀୟ ଦଳର ନାଁ କହି ଶିକ୍ଷା ମନ୍ତ୍ରୀଙ୍କ ନାଁ କହି ଏଭଳି କାରନାମା କରାଜିବା କଥା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସାଧାରଣରେ କୁହାଯାଉଛି । ଏଥିରେ ବିଚରା ମହିଳା ସଭାନେତ୍ରୀ ଜଣକ ତ ବଦନାମ ହେଲେ ଦଳ ମଧ୍ୟ ବଦନାମ ହେଲା ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଖବର ମିଳିଛି ଯେ, ଏହି ଘଟଣାର ମୁଖ୍ୟ, ଯେଉଁମାନେ କିଛି ଫେକଲଟି ସେହି କଲେଜରେ ଅଛନ୍ତି ସେମାନେ ନିଜର ପାରିବା ପଣିଆ ଏମାନଙ୍କୁ ଦେଖାଇ ଦେଇଛନ୍ତି । ଯଦି ବିଜେଡି ବାଲା ଏଠି ରାଜ କରୁଛ ତେବେ ଆମର ବି ବିଜେପି ଅଛି ବୋଲି ଏକ ମେସେଜ ଦେଇ ଏଭଳି କାରବାର କରାଇ ସମସ୍ତଙ୍କୁ ଚେତାଇ ଦେଇଥିବା କୁହାଯାଉଛି । ତେବେ ଏହି ଘଟଣା ପଛରେ କଲେଜରେ ସଠିକ ଭାବେ ପାଠ ପଢା ଯାଉନାହିଁ, ଫେକଲ୍ଟି ମାନେ ସଠିକ ସମୟରେ ଆସୁନାହାନ୍ତି କିମ୍ବା କଲେଜ କ୍ୟାଂଟିନର ଖାଇବା ଅତ୍ୟନ୍ତ ନିମ୍ନମାନର ବୋଲି ୩ଟି ସମସ୍ୟା ରହିଥିଲେ ବି ଏହାକୁ ସଠିକ ଭାବେ ସଠିକ ଯାଗାରେ ରଖା ନଯାଇ ଯେଉଁଭଳି ଡ୍ରାମା ଏକ ଶିକ୍ଷାନୁଷ୍ଠାନରେ କରାଗଲା ଏହାକୁ ସାଧାରଣରେ ଗ୍ରହଣ କରାଯାଇପାରୁନାହିଁ । ତେବେ ଯଦି ଏଠାରେ କିଛି ମନମାନି ଚାଲିଛି ତା' ପଛରେ ଏଠିକାର ବିଜେଡି ବିଧାୟକଙ୍କର ସମର୍ଥନ ରହିଛି ତେବେ ୩୦ ଜଣିଆ ବିଜେପି ଟିମ ଯାହା କଲେ ତାହା ଠିକ ବୋଲି କୁହାଯାଉଥିବା ବେଳେ ସବୁ କିଛି ଟିକେ ମାର୍ଜିତ ହେବାର ଥିଲା ବୋଲି ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ