କାଲି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ଆସନ୍ତାକାଲି (ଗୁରୁବାର) ଦିନ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଅପରାହ୍ନ ୨ ଟା ୪୫ରେ ଜୟ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, । ସେ କହିଛନ୍ତି ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ
କାଲି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ


ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ଆସନ୍ତାକାଲି (ଗୁରୁବାର) ଦିନ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଅପରାହ୍ନ ୨ ଟା ୪୫ରେ ଜୟ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, । ସେ କହିଛନ୍ତି ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଏହାସହ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ୪୦ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ । ତା ପୂର୍ବରୁ ଦିନ ୧୧.୩୦ରେ ନୂଆପଡ଼ାରେ ବିଜେପି ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ହେବ । ଏଥିରେ ନୂଆପଡ଼ାର ୧୦୦ରୁ ଅଧିକ ବର୍ତମାନର ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଂଚ ଓ ସମିତି ସଭ୍ୟ ବିଭିନ୍ନ ଦଳ ଛାଡ଼ି ବିଜେପିରେ ମିଶିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande