ମୁକ୍ତା ଯୋଜନାରେ ପଙ୍କୋଦ୍ଧାର କାର୍ଯ୍ୟର ପ୍ରାପ୍ୟ ନମିଳିବାରୁ ଧାରଣା : ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ
ମୁକ୍ତା ଯୋଜନାରେ ପଙ୍କୋଦ୍ଧାର କାର୍ଯ୍ୟର ପ୍ରାପ୍ୟ ନମିଳିବାରୁ ଧାରଣା : ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ
ମୁକ୍ତା ଯୋଜନାରେ ପଙ୍କୋଦ୍ଧାର କାର୍ଯ୍ୟର ପ୍ରାପ୍ୟ ନମିଳିବାରୁ ଧାରଣା : ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ


ସମ୍ବଲପୁର, ୧୫ ଅକ୍ଟୋବର (ହି.ସ.) ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ସମ୍ବଲପୁର ମହାନଗର ନିଗମ(ଏସ୍ଏମସି) ପକ୍ଷରୁ ଧନକଉଡ଼ା ମୌଜା ଅନ୍ତର୍ଗତ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍ଏଚଜି)ଙ୍କୁ ପଖୋରୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଠିକାରେ ନିୟୋଜିତ କରାଯାଇଥିଲା । ତେବେ ଏବାବଦକୁ ବେକେୟା ରାଶି ମିଳି ନ ଥିବାରୁ ସମସ୍ତ ୧୦ଟି ଯାଜ ଏସ୍ଏଚଜିର ସଦସ୍ୟାମାନେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ପରେ ଏସ୍ଏମ୍ସି ଉପାୟୁକ୍ତ ଶୁଭଦିପ୍ତା ମହାନ୍ତି ସେଠାରେ ପହଞ୍ଚି ଆସନ୍ତା ମଙ୍ଗଳବାର ସୁଦ୍ଧା ବକେୟା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଲା ପରେ ସେମାନେ ଆନେ୍ଦାଳନରୁ ଓହରିଥିଲେ । ଏସ୍ଏଚଜି ସଦସ୍ୟାଙ୍କ କହିବା ଅନୁସାରେ ମୁକ୍ତା ଯୋଜନାରେ ସତସଙ୍ଗ ବିହାରର ବାନିକଁଟା(ପୋଖରୀ) ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଏସ୍ଏମସି ପକ୍ଷରୁ ଗତ ୨୦୨୩ ଡିସେମ୍ବର ୭ ତାରିଖରେ ପତ୍ର ସଂଖ୍ୟା ୧୬୪୩ରେ ୧୦ଟି ଏସ୍ଏଚ୍ଜିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଏସ୍ଏଚଜିଙ୍କୁ ୧୧ ଲକ୍ଷ ୭୨ ହଜାର ୮୨୪ ଟଙ୍କାର କାର୍ଯ୍ୟଦେଶ ପ୍ରଦାନ କରା ଯାଇଥିଲା । ସେହି ଅନୁସାରେ ଏସ୍ଏଚଜି ସଦସ୍ୟାମାନେ ଗୋଷ୍ଠୀଋଣ ଆଦି ନେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ଏବାବଦକୁ ବକେୟା ଟଙ୍କା ପ୍ରଦାନ କରାଯାଇ ନାହିଁ । ଗତ ବର୍ଷ ନୂଆଁଖାଇ ସମୟରେ ଏସ୍ଏଚଜି ପିଛା ମାତ୍ର ୪ ଲକ୍ଷ ୨୦ ହଜାର ଟଙ୍କା ଲେଖାଁଏ ଆଂଶିକ ଦେୟ ପ୍ରଦାନ କରାଯାଇଥିଲା । ମାତ୍ର ଅବଶିଷ୍ଟ ୭ ଲକ୍ଷ ୫୨ ହଜାର ୮୨୪ ଟଙ୍କା ଲେଖାଁଏ ବକେୟା ରାଶି ପ୍ରଦାନ ପାଇଁ ଏସ୍ଏମସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି । ଯଦ୍ୱାରା ସେମାନଙ୍କ ଋଣର ସୂଧଜାର ବୃଦ୍ଧି ପାଇବା ସହିତ ଏହାକୁ ନେଇ ପରିବାରରେ ମଧ୍ୟ କଳହ ସୃଷ୍ଟି ହେଉଛି । ତେଣୁ ଗତ ଏକ ବର୍ଷ ହେଲା ଏସ୍ଏମସି କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇ ସାରିଲେଣି ବୋଲି ସେମାନେ କହିଛନ୍ତି । ତେଣୁ ସମସ୍ତ ଏସ୍ଏଚଜି ୮ ତାରିଖରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଅକ୍ଟୋବର ୧୩ ତାରିଖ ସୁଦ୍ଧା ବକେୟା ଅର୍ଥ ପ୍ରଦାନ କରା ନ ଗଲେ ୧୫ ତରିଖ ବୁଧବାର ସେମାନେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଥିଲେ । ମାତ୍ର ଆଜି ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଏଚଜି ମହିଳାମାନେ ଧାରଣା ଦେଇଥିଲେ । ଖବର ପାଇ ଏସ୍ଏମସି ଉପାୟୁକ୍ତ ସେଠାରେ ପହଞ୍ଚି ବକେୟା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି ବୋଲି ଏସ୍ଏଚଜି ସଦସ୍ୟା ଅନୀତା ଓରାମ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande