ବଲାଙ୍ଗୀର କ୍ରିକେଟ୍ ଇତିହାସ ରେ ଦଶନ୍ଧି ପରେ ୯୦ ଓଭର ଟେଷ୍ଟ ମ୍ୟାଚ୍ ଆରମ୍ଭ ସହ ଉଦଯାପିତ
ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଡିଷ୍ଟ୍ରିକ୍ଟ୍ ପାଇନର କ୍ରିକେଟ୍ ଏକାଡେମୀ ତରଫରୁ ଖୁଜେନ ପାଲି ଏଫ୍ ସି ଆଇ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ୯୦ ଓଭର ବିଶିଷ୍ଟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଉଦଯାପିତ ହୋଇଯାଇଛି। ଗତ ୨,୧୦,୨୦୨୫ ରୁ ଶୁଭାରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍ ପାଣିପାଗ ଯୋଗୁଁ ବାତି
ବଲାଙ୍ଗୀର କ୍ରିକେଟ୍ ଇତିହାସ ରେ ଦଶନ୍ଧି ପରେ ୯୦ ଓଭର ଟେଷ୍ଟ ମ୍ୟାଚ୍ ଆରମ୍ଭ ସହ ଉଦଯାପିତ।


ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଡିଷ୍ଟ୍ରିକ୍ଟ୍ ପାଇନର କ୍ରିକେଟ୍ ଏକାଡେମୀ ତରଫରୁ ଖୁଜେନ ପାଲି ଏଫ୍ ସି ଆଇ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ୯୦ ଓଭର ବିଶିଷ୍ଟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଉଦଯାପିତ ହୋଇଯାଇଛି। ଗତ ୨,୧୦,୨୦୨୫ ରୁ ଶୁଭାରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍ ପାଣିପାଗ ଯୋଗୁଁ ବାତିଲ ହୋଇ ପୁଣି ଗତ ୧୧,୧୦,୨୦୨୫ ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ଡିଷ୍ଟ୍ରିକ୍ଟ୍ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର,ପାଟଣାଗଢ଼ ଲାୟସ୍ କ୍ଲବ୍, ସୋନପୁର କ୍ରିକେଟ୍ ଏସୋସିଏସନ୍,ଏବଂ ୱଷ୍ଟର୍ନ ଇଲେଭେନ୍ ବଲାଙ୍ଗୀର ଦଳ ଭାଗ ନେଇ ଖେଳ ଆରମ୍ଭ ହୋଇଥିଲା।ପ୍ରତିଦିନ ଗୋଟେ ଦଳ ଅଲ୍ ଆଉଟ୍ ନ ହେବା ଯାଏଁ ୯୦ ଓଭର ଖେଳିବ ଓ ବିପରୀତ ଦଳ ପୁଣି ୯୦ ଓଭର ଚେଜ୍ କରିବ।ଏହି ପ୍ରକିୟା ରେ ଆରମ୍ଭ ହୋଇଥିବା ବଲାଙ୍ଗୀର ରେ ପ୍ରଥମ ଟେଷ୍ଟ ମ୍ୟାଚ୍ରେ କୌଣସି ଦଳ ୪୫ ଓଭର ରୁ ଉର୍ଦ୍ଧ୍ବ କ୍ରିଜ୍ ରେ ରହିପାରିନଥିଲେ।ପ୍ରତିଦିନ ପାଖାପାଖି ୭୫ ଓଭର ମ୍ୟାଚ୍ ଖେଳ ହୋଇ ବିଜେତା ଉପବିଜେତା ଘୋଷିତ ହୋଇଥିଲେ।ତେବେ ପ୍ରଥମ ମ୍ୟାଚ୍ ଡିଷ୍ଟ୍ରିକ୍ଟ୍ ପାଇନର ବନାମ ଲାୟନସ୍ ପାଟଣାଗଡ଼ ମଧ୍ୟରେ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ କେହି ଆଖି ଦୃଷିଆ ସ୍କୋର ନ କରି ପାଇନର ଏକାଡେମୀ ୩୯,୧ ଓଭର ଖେଳି କେବଳ ୧୧୨ ରନ ସଂଗ୍ରହ କରିଥିଲେ। ଫଳରେ ପାଟଣାଗଢ଼ ୨୦ ଓଭର ଖେଳି ୧୧୩ କରି ବିଜେତା ହୋଇଥିଲେ। ଦ୍ୱିତୀୟ ଦିନ ସୋନପୁର ବନାମ ୱଷ୍ଟର୍ନ ଇଲେଭେନ ଟେଷ୍ଟ ମ୍ୟାଚ୍ ରେ ସୋନପୁର ଦଳ ବ୍ୟାଟିଙ୍ଗ ନେଇ ୩୭.୨ ଓଭର ରେ ୧୨୩ ରନ ସଂଗ୍ରହ କରିଥିଲେ। ୱିଷ୍ଟର୍ନ ଇଲେଭେନ ୨୪ ଓଭର ରେ ଆବଶ୍ୟକ ୧୨୪ ରନ ସଂଗ୍ରହ କରି ବିଜେତା ହୋଇଥିଲେ।ତେବେ ଉଭୟେ ଦଳ ବିଜେତା ପାଟଣା ଗଡ଼ ଏବଂ ୱଷ୍ଟେନ୍ ଇଲେଭେନ ଦଳ ଫାଇନାଲ ଖେଳିଥିଲେ। ପାଟଣାଗଡ଼ ୪୩.୫ଓଭର ଖେଳି ୧୪୩ ରନ କରିଥିବା ବେଳେ ୱେଷ୍ଟର୍ନ ଇଲେଭେନ୍ ୩୭ ଓଭର ରେ ୬ ୱିକେଟ ହରାଇ ଆବଶ୍ୟକ ରନ ୧୪୪ କରି ଚାମ୍ପିଅନ ଘୋଷିତ ହୋଇଥିଲେ। ସେପଟେ ଉଦଯାପନୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଏଥେଲେଟିକ ସଂଘ୍ ସଦସ୍ୟ ହରିବନ୍ଧୁ ପାଣି, ବରିଷ୍ଠ କ୍ରୀଡାବିତ୍ ତଥା ପୂର୍ବତନ ରଞ୍ଜୀ ଖେଳାଳୀ ସୂର୍ଯ୍ୟ ନାରାୟଣ ମିଶ୍ର, ମେହଫିଲ ରେଷ୍ଟୁରାଣ୍ଟ ପ୍ରତିଷ୍ଠାତା ସୁଧାଂଶୁ ଶେଖର ମିଶ୍ର, କୋଟା ଇନ୍ସପାୟାର ଇନଚିଟ୍ୟୁଉଟ ପ୍ରତିଷ୍ଠାତା ସୁବ୍ରତ ଏବଂ ପବିତ୍ର ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୯୦ ଓଭର ଟେଷ୍ଟ ମ୍ୟାଚ୍ ରେ ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଦୁଇଟି ମ୍ୟାଚ୍ ରେ ୭୬ ରନ କରି ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଭବ୍ୟ ସଞ୍ଜୟ ପଧାରିଆ,୨ଟି ମ୍ୟାଚ୍ ରେ ୮ ୱିକେଟ ନେଇ ବେଷ୍ଟ ବୋଲର ଭାବେ ରାମଜୀ ଦାସ, ମେନ୍ ଅଫ ଦି ସିରିଜ ରାମଜୀ ଦାସ, ୪ଟି କ୍ୟାଚ ନେଇ ବେଷ୍ଟ ଫିଲ୍ଡର ଗଣେଶ ବାଗ ଏବଂ ସୋନପୁର ଏସୋସିଏସନ୍ ଯୁବ ପ୍ରତିଭା ଭାବେଶ ଗୋଟେ ମ୍ୟାଚ ରେ ତିନୋଟି ୱିକେଟ ନେଇ ଏମାରଜିଙ୍ଗ ଖେଳାଳୀ ଭାବେ ପୁରସ୍କୃତ୍ ହୋଇଥିବା ବେଳେ ପାଟଣାଗଡ଼ ଲାୟନସ୍ କ୍ଲବ ଉପବିଯେତା ଏବଂ ୱଷ୍ଟର୍ନ ଇଲେଭେନ୍ ବଲାଙ୍ଗୀର ବିଜେତା ଭାବେ ଉଭୟେ ଦଳ ଟ୍ରଫି ଗ୍ରହଣ କରିଥିଲେ । ୯୦ ଓଭର ବିଶିଷ୍ଟ ଟେଷ୍ଟ ସିରିଜ ର ସମସ୍ତ ଖେଳ ପରିଚାଳନା କରିଥିଲେ ସମୀର କୁମ୍ଭାର ଏବଂ ନନ୍ଦୁ ଭୋଇ। ପ୍ରତିଦିନ ସ୍କୋର ର ଦାୟିତ୍ଵ ତୁଲାଇଥିଲେ ରୋହିତ ପୁରୋହିତ, ଆଦର୍ଶ ଦାସ, ଆୟୁଷ କୁମାର ଠାକୁର ଆନିଷ ବାଗ, ଆର୍ଯନ୍ କୁମାର ଠାକୁର, ବିଶେଷ ସହଯୋଗ କରିଥିଲେ କ୍ରିକେଟ୍ ଖେଳାଳୀ ବାବୁଲୁ ସେଠୀ, ଆଶିଷ, ଗୋଲକ ସିଂ ଦେଓ ଏବଂ ଆଶିଶଙ୍କ ଦଳର ସମସ୍ତ ଖେଳାଳୀ। ମଞ୍ଚ ପରିଚାଳନା କରିଥିଲେ ନିରୋଜ କୁମାର ମିଶ୍ର। ପୁରସ୍କୃତ ବିବରଣୀ ପାଠ କରିଥିଲେ ରଶ୍ମିରଞ୍ଜନ ପଟ୍ଟନାୟକ।

ଡିଷ୍ଟ୍ରିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର ଚେୟାର ମେନ୍ ସୁଶାନ୍ତ କୁମାର ଠାକୁର ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିକାଶ ମିଶ୍ର, ସନ୍ତୋଷ ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ଠାକୁର ସମସ୍ତ ଖେଳାଳୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande