ଓଡିଆ ବିଭାଗ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
କୋରେଇ,୧୫ ଅକ୍ଟୋବର (ହି.ସ.) - ପାଣିକୋଇଲିସ୍ଥିତ ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ପିଲାମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ
ଓଡିଆ ବିଭାଗ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା


କୋରେଇ,୧୫ ଅକ୍ଟୋବର (ହି.ସ.) - ପାଣିକୋଇଲିସ୍ଥିତ ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ପିଲାମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମଦନ ମୋହନ ପାତ୍ର, ସମ୍ମାନୀତ ଅତିଥିଭାବେ ପାର୍ବତୀ ନାଥ ଯୋଗଦେଇ ପାଠ ପଢି ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମଧୁସ୍ମିତା ମହାରଣା, ଶତାଦ୍ଦୀ ସ୍ମରଣିକା ସ୍ୱାଇଁ, ଦେବାଶିଷ ସାହୁ, ସୁଧାଂଶୁ ଶେଖର ସାହୁ, ରାଜଶ୍ରୀ ରାଉତ, ଦିପ୍ତିମୟୀ ଧଳ, ଶୁଭଶ୍ରୀ ଜେନା, ପୂଜାରାଣୀ ରାଉତ, ମମିତା ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପିକା ସାଗରିକା ରଥ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande