ଜୟପୁର, ୧୫ ଅକ୍ଟୋବର (ହି.ସ.)ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲା ହୃଦାନନ୍ଦ ନାୟକ ଏଲିୟସ ପ୍ରିନ୍ସ (୩୫) । ଆଜି ଜୟପୁର ଏସଡିପିଓ ଅଫିସରେ ଏକ ସାମ୍ବାଦିକ ସମ୍ମାଳନି କରି କୁଖ୍ୟାତ ଅପରାଧୀ ହୃଦାନନ୍ଦ ନାୟକ ଏଲିୟସ ପ୍ରିନ୍ସ (୩୫)କୁ ଜାତୀୟ ସୁରକ୍ଷା ଆଇନ ଆଧାରରେ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରିନ୍ସ ନାମରେ ଚାନ୍ଦା ଆଦାୟ, ଗଞ୍ଜେଇ ଚାଲାଣ ଡକାୟତି ଭଳି ୧୭ଟି ମାମଲା ରହିଛି । ଅଭିଯୁକ୍ତ ଜଣକ ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର ଅଞ୍ଚଳରେ ଅପରାଧିକ କାର୍ଯ୍ଯ କରି ଆସୁଥିଲେ । ଅଭିଯୁକ୍ତ ନିରନ୍ତର ଏବଂ ସଂଗଠିତ ଅପରାଧିକ କାର୍ଯ୍ଯକଳାପକୁ ରୋକିବା ପାଇଁ ଶୃଙ୍ଖଳା ବଜାୟ ରଖିବା ପାଇଁ ତାଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି । ସମସ୍ତ ଆବଶ୍ୟକିୟ ଆଇନଗତ ଏବଂ ପ୍ରକ୍ରିୟା ଗତ ପାଳନ ପୁରଣ କରିବା ପରେ ହେପାଜନକୁ ନିଆଯାଇଥିବା ବିଷୟ ଏସପି କୋରାପୁଟ ରୋହିତ ବର୍ମା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି