ଜୟପୁର, ୧୫ ଅକ୍ଟୋବର (ହି.ସ.)- ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ପାଡୁଆ ପୋଲିସ ଚଢଉ କରିଛି । ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଜୟପୁର ଏସଡିପିଓ ଅଫିସରେ କୋରାପୁଟ ଏସପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନି କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନିରେ ଏସଡିପିଓ ପାର୍ଥ କଶ୍ୟପ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, ପାଡୁଆ ଥାନା ଅଧିକାରି ଅଶୋକ କୁମାର ବିଷୋୟୀ ଉପସ୍ଥିତ ଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ସଦର ଥାନା କୁସୁମପୁଟର ଲାଲ ବାହାଦୁର ଦର୍ଜି (୩୪), ମାଛକୁଣ୍ଡର ବାଲେଲ୍ ଗ୍ରାମର ତ୍ରିନାଥ ଖରା (୩୦), ସୁରେଶ ବେଷାୟୀ(୨୨), ସଞ୍ଜୟ ଖରା (୧୯) ଡ୍ରାଇଭର ଯୋଗେଶ ଖରା (୨୦) । ଗିରଫ ଅଭିଯୁକ୍ତ ଲାଲ ବାହୁଦର ଏକ ଦୁର୍ଦ୍ଦାନ୍ତ କୁଖ୍ୟାତ ଅପରାଧି ହୋଇଥିବା ବେଳେ ୨୦ଟି ଅପରାଧିକ ମାମଲା ରହିଛି । ବହୁ ମାମଲାରେ ପଳାତକ ଥିଲେ ଏବଂ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଓାରେଣ୍ଟି ଜାରି କରିଥିଲେ । ସୂଚନା ଅନୁଯାୟୀ, ଏକ ବୋଲେରୋ ଗାଡିରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇଥିଲା ପାଡୁଆ ପୋଲିସ । ଏନେଇ ପୋଲିସର ଏକ ଟିମ ମଲି ସୁବଲର ଛକ ଠାରେ ଅପେକ୍ଷା କରିଥିଲେ । ବୋଲେରୋ ଗାଡିକୁ ଅଟାକାଇବା ସମୟରେ ପୋଲିସକୁ ଦେଖି ଡ୍ରାଇଭର ଦ୍ରୁତ ଗତିରେ ଗାଡିକୁ ଅର୍ଲାଭପୁଟ ପଟେ ନେଇଥିଲେ। ପରେ ପୋଲିସ ବୋଲେରୋ ଗାଡିକୁ ପିଛା କରିଥିଲା। ପୋଲିସକୁ ଦେଖି ଗାଡି ଛାଡି ଚାଲାଣକାରୀମାନେ ଜଙ୍ଗଲ ପଟେ ଚମ୍ପଟ ମାରବାକୁ ଚେଷ୍ଟା କରିଥିଲେ । ଚାଲାଣକାରୀ ମାନେ ପୋଲିସକୁ ପିସ୍ତଲ ଦେଖାଇଥିଲେ ମଧ୍ୟ ପୋଲିସ ୫ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ୩୫୦ କେଜି ଗଞ୍ଜେଇ, ବୋଲେରୋ ଗାଡି, ୨ଟି ପିସ୍ତଲ ଜବତ କରିଛି । ଗୋଟିଏ ପିସ୍ତଲ ଅଟୋ ଡିଷ୍ଟାଲ ମେଡ୍ ଇନ୍ ୟୁଏସଏ ଦେଖାଯାଇଛି । ଆମେରିକାରେ ତିଆରି ଲେଖାଯାଇଥିବା ଗୋଟିଏ ସୁନା ରଙ୍ଗର ପିସ୍ତଲ ଗୋଟିଏ ପତ୍ରିକା ମଧ୍ୟ ରହିଛି । ୨ଟି ମେଗାଜିନ, ୪ଟି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି