ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ.କେ. ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତ
ରାଉରକେଲା, ୧୫ ଅକ୍ଟୋବର(ହି.ସ.) – ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଂଚଳ ଉନ୍ନୟନ ନିଗମ(ଓମ୍ବାଡସି)ର ନୀରିକ୍ଷଣ କର୍ତୃପକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ.କେ. ପଟ୍ଟନାୟକ ସୁନ୍ଦରଗଡ଼ର ୫ ଦିନିଆ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି ବିନିଯୋଗରେ ଖଣି ଅଂଚଳରେ
ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ.କେ. ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତ


ରାଉରକେଲା, ୧୫ ଅକ୍ଟୋବର(ହି.ସ.) – ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଂଚଳ ଉନ୍ନୟନ ନିଗମ(ଓମ୍ବାଡସି)ର ନୀରିକ୍ଷଣ କର୍ତୃପକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ.କେ. ପଟ୍ଟନାୟକ ସୁନ୍ଦରଗଡ଼ର ୫ ଦିନିଆ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି ବିନିଯୋଗରେ ଖଣି ଅଂଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ଜଳ ସଂରକ୍ଷଣ ଆଦିର ବିକାଶ ଦିଗରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରୁଛନ୍ତି ତଥା ଏହାଦ୍ୱାରା ଉକ୍ତ ଅଂଚଳର ଲୋକମାନଙ୍କ ଜୀବନ ଜୀବିକା ଉପରେ କିପରି ପ୍ରଭାବ ପକାଉଛି ସେ ବିଷୟରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କ ସହିତ ପଚାରି ବୁଝିଥିଲେ। ଗସ୍ତର ୨ୟ ଦିବସରେ କୁତ୍ରା ହାଇସ୍କୁଲରେ ନିର୍ମାଣଧୀନ ଅତିରିକ୍ତ କ୍ଲାସରୁମ, ଶୌଚାଳୟ, ପାଚେରୀ ବିଦ୍ୟାଳୟ ବିଭିନ୍ନ କାର୍ଯ୍ୟର ତଦାରକ୍ଷ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ କଥାବାର୍ତା କରିଥିଲେ। ଏହାସହିତ କୁନମୁର ଠାରେ ଛତୁ ସ୍ୱାନ୍ ଉତ୍ପାଦନ ୟୁନିଟ ଅଂଚଳ, କ୍ରେଚସେଂଟର ଆମ କଳିକା କେନ୍ଦ୍ର ପରିଦର୍ଶନ କରିଥିଲେ।

ସେହିପରି କୁଆରମୁଣ୍ଡା ଅଂଚଳର ନିର୍ମାଣାଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ ଏହି ପ୍ରକଳ୍ପ ଯୋଗୁଁ କୁଆରମୁଣ୍ଡା ଓ ନୂଆ ଗାଁର ୨୦୧ ଗାଁ ଉପକ୍ରୁତ ହୋଇପାରିବେ। ଏହାବ୍ୟତୀତ ଛେଣ୍ଡ ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ମଧ୍ୟ ପରିଦର୍ଶନ କରି ଏହାର ଖେଳାଳୀମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହି ଗସ୍ତରେ ଡିଏମ୍‌ଏଫ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଓମ୍ବାଡସି ଜିଲ୍ଲା କାର୍ଯ୍ୟାଳୟ ମହାପ୍ରବନ୍ଧକ ଜୟନ୍ତ ଦାସ, ଶ୍ରୀ ଅମ୍ବୁଜ ପ୍ରସାଦ, ଶ୍ରୀ ଜଗନ୍ନାଥ ମିଶ୍ର ଇଂ. ୱାସିମ ଏହମଦ, ଡେପୁଟି ଡାଇରେକ୍ଟର ଉଦ୍ୟାନ ବିଭାଗ ଶ୍ରୀ ସୁକାନ୍ତ ନାୟକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande