ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟରେ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ସରପଂଚ ଓ ସମିତି ସଭ୍ୟ ସ୍ୱର୍ଗତ ରମେଶ ବେହେରାଙ୍କ ପାର୍ôଥବ ଶରୀର ପହଂଚିବା ପରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଟାଉନ୍ ସଭାପତି ଏମଡି ଜକାଉଲ୍ଲା ଓ ବିଜେଡ଼ିର ବହୁ ସରପଂଚ, ସମିତି ସଭ୍ୟ-ସଭ୍ୟା, ପାରିଷଦ ଓ ପାରିଷଦଙ୍କ ପ୍ରତିନିଧି ଏବଂ ବରିଷ୍ଠ, ମହିଳା ଓ ଯୁବ-ଛାତ୍ର ନେତୃମଣ୍ଡଳୀ ଯୋଗଦେଇ ତାଙ୍କ ପବିତ୍ର ସ୍ମୃତିକୁ ନମନ କରିଥିଲେ। ସମାଜସେବାରେ ନିରନ୍ତର ନିଷ୍ଠା ଓ ଜନହିତ ପ୍ରତି ତାଙ୍କ ଅବଦାନ ସଦା ସର୍ବଦା ଅମର ହୋଇ ରହିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ