ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ ମୁଡ଼ାପଦା ଠାରେ କିଛି ଦିନ ଧରି ବେଆଇନ ଭାବେ କରତକଳ ପ୍ରତ୍ୟେକ ଦିନ ଚାଲିଛି।ଧାମନଗର ବନ ବିଭାଗର ରେଞ୍ଜର ବବୁଲ ମଲିକ ଙ୍କ ନେତୃତ୍ୱରେ ମୁଡ଼ାପଦା ସ୍ଥିତ ବୈଦ୍ୟନାଥ ମନ୍ଦିର ନିକଟରେ ଚାଲୁଥିବା ବେଆଇନ କରତକଳ ଉପରେ ଧାମନଗର ବନବିଭାଗ ବୁଧବାର ଚଡାଉ କରି କାଠ ଓ ଯନ୍ତ୍ରାଂଶ ଜବତ କରିଛି।ଏହି ଚଢାଉ ରେ ଅନ୍ୟ ମାନଙ୍କ ମଧ୍ୟରେ ବନବିଭାଗ ଅଧିକାରୀ ପ୍ରୀତିରାଣୀ ଦାସ, ବସନ୍ତ ମାଝୀ, କୃଷ୍ଣଚନ୍ଦ୍ର ବାସକେ, ଭଦ୍ରକ ବନବିଭାଗ ଅଧିକାରୀ ଓ ଭଣ୍ଡାରିପୋଖରୀ ପୁଲିସ ସହାୟତାରେ ଚଢାଉ କରିଥିଲେ । ଅୟ, ଆକାଶି, ପୁଂଟିଆ, ଫାସି ଆଦି କିସମ ୪୯ ଘନଫୁଟ କାଠଗଣ୍ଡି ଓ ପଟା ସହ ଭ୍ରାମ୍ୟମାଣ କରତକଳ ଯନ୍ତ୍ରାଂଶ ଜବତ ହୋଇଥିଲା । ଜବତ କାଠ ଓ ଯନ୍ତ୍ରାଂଶର ମୂଲ୍ୟ ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ଜଣାଯାଇଛି । ଏଥନେଇ ୪ଡି ୨୫-୨୭ନଂ ମାମଲା ରଜ୍ଜୁ ହୋଇଛି।ଏହି ଚଢାଉ ସମୟ ରେ କରତକଳ ମାଲିକ ଫେରାର ହୋଇଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ